ବିଶ୍ୱ ମାତୃଭାଷା ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟରେ ବିଶ୍ୱ ମାତୃ ଭାଷା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଡ. ସିକତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗ, ଇଂରାଜୀ ବିଭାଗ ଓ ଅନ୍ୟ ବିଭାଗର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ବକ୍ତାମାନେ ମାତୃଭାଷା, ମାତୃଭୂମୀ ଏବଂ ମା’ ଭୂମିକା ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ହରିହର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ମୁଖ୍ୟ ଡ. ଶ୍ୟାମ ଭୋଇ, ଇତିହାସ ବିଭାଗର ମୁଖ୍ୟ ଦୁର୍ଲଭ କୁମାର ସା, ଅଧ୍ୟାପକ ଡ. ରଘୁମଣି ନାୟକ, ଡ. ଶ୍ରଦ୍ଧାମୟୀ ପୁରୋହିତ, ବୀରସେନ ଦଳାଇ ଓ ମିଲି ସାହୁ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Comments are closed.