www.samajalive.in
Saturday, December 13, 2025
21.1 C
Bhubaneswar

ସୋଲାର ଜଳ ପ୍ରକଳ୍ପ ଅଚଳ, ଅସୁବିଧାରେ ୩୦ ପରିବାର

ଫୁଲବାଣୀ: ଦୀର୍ଘ ଏକ ମାସ ହେବ ଅଚଳ ହୋଇ ପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତଗାଁରେ। ନେଡିପଦର ଗ୍ରାମରେ ଦୀର୍ଘ ବର୍ଷ ହେବ ୩୦ ପରିବାର ବସବାସ କରି ରହି ଆସୁଛନ୍ତି। ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଫିରିଙ୍ଗିଆ ବ୍ଲକ ପ୍ରଶାସନର ଜଳ ଓ ପରିମଳ ବିଭାଗ ଦ୍ୱାରା ପ୍ରାୟ ଏକ ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି ପ୍ରାୟ ୯ ମାସ ଠିକଠାକ ଚାଲିଲା କିନ୍ତୁ ବର୍ତ୍ତମାନ ଗୋଟାଏ ମାସ ହେଲା ପ୍ରକଳ୍ପଟି ହଠାତ ଅଚଳ ହୋଇ ପଡିଛି। ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରକଳ୍ପଟି ମରାମତି ହୋଇ ପାରିନାହିଁ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories