ଫୁଲବାଣୀ: ଜବାହର ନବୋଦୟ ବିଦ୍ୟାଳୟ ତୁଡିପାଜୁରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଢ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଅତିଥି ମାନେ ଏହି ଅବସରରେ ଉତ୍ସାହିତ କରିଥିଲେ। ପି ଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ତୁଡିପାଜୁ ଅଧ୍ୟକ୍ଷା ନମିତା ରାଣୀ ପଣ୍ଡା ଉତ୍ସବକୁ ସୂଚାରୁ ରୁପେ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Popular Categories



