ଚୌଦ୍ୱାର: ଚୌଦ୍ୱାର ୨ନଂ ୱାର୍ଡ ମରହଟ୍ଟା ସାହିରେ ଭାଜପା ଓବିସି ମୋର୍ଚ୍ଚା ପକ୍ଷରୁ ବୀର ହନୁମାନ ଖେଳକୁଦ ଆନୁକୁଲ୍ୟରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ଶନିବାର ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ମାଆ ପାଇଁ ଗଛ ଟିଏ ଯାହାକି ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବ ସେଥିପାଇଁ ସଚେତନତା କରିବା ସହିତ ପ୍ରତେକ ଘରେ ଗୋଟିଏ ଗଛ ଲଗାଇବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଚାରାରୋପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ତଥା ଏଫ୍ସିଆଇର ନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଧିର ରଞ୍ଜନ ସିଂ, ସରୋଜ କୁଅଁର, ସୂର୍ଯ୍ୟନାରାୟଣ ସିଂ, ସୁରେନ ବେହେରା, ଲାଲ ମୋହନ ପରିଡ଼ା, ରମେଶ ନାୟକ, ପ୍ରକାଶ ସାହୁଙ୍କ ସମେତ ବହୁ ଭାଜପା କର୍ମୀ ଅଂଶଗ୍ରହଣ କରିଥିଲେ।
Popular Categories



