ଅଯୋଗ୍ୟ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଚର୍ଚ୍ଚା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଲଡ଼ୁଗାଁ: କୋକସରା ବ୍ଲକ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡିକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଧର୍ମଗଡ଼ ଅଯୋଗ୍ୟ ଘୋଷଣା କରିବା ଖବର ବିଭିନ୍ନ ଖବରକାଗଜ ମାନଙ୍କରେ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆ ତଥା ଗାଁ ଗଣ୍ଡାରେ ଏବେ ଚର୍ଚ୍ଚା ଜୋର୍ ଧରିଛି। ନାନା ସ୍ଥାନେ ନାନା ପ୍ରକାର କଥା ଶୁଣିବାକୁ ମିଳୁଛି। କୋକସରା ବ୍ଲକ ଅଞ୍ଚଳରେ ପାଞ୍ଚରୁ ଛ ଗୋଟି ସନ୍ତାନର ଜନକ ସମିତି ସଭ୍ୟ ପରେ ସରପଞ୍ଚ ଏବଂ ବର୍ତ୍ତମାନର ପୁଣି ସରପଞ୍ଚ ନିର୍ବାଚିତ ହୋଇ ନିଜ ପତିଆରା ଜାହିର କରି ସଙ୍ଘ ମୁଖିଆ ସାଜିଥିବା ଏବେ ଗାଁ ଗାଁ ରେ ଆଲୋଚନା ହେଉଛି। ଏହା ବ୍ୟତୀତ ଏଠାରେ ସରପଞ୍ଚ ପଦବୀ ପାଇଁ ନିଜ ପୁଅଝିଅଙ୍କୁ ନିଜ ଭାଇ ଓ ଭାଇବୋହୁ ନାଁରେ କରିଦେଉଥିବା ନଜିର ରହିଛି। କୁହାଯାଉଛି କେବଳ ଯେ କୋକସରା ବ୍ଲକ ନୁହଁ କଳାହାଣ୍ଡି ଜିଲ୍ଲାରେ ଏବେ ଅଯୋଗ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି। ଯାହା ଦ୍ବାରା ଅଯୋଗ୍ୟ ତଥା ଛଦ୍ମବେଶୀ ସରପଞ୍ଚ, ସମିତି ସଭ୍ୟଙ୍କ ଲମ୍ବା ତାଲିକା ସାମ୍ନାକୁ ଆସିବ। ଆଉ ସେମାନେ ନିଜ ନିଜ ପଦ ହରେଇ ବସିବେ। ଯଦି ପଞ୍ଚାୟତିରାଜ ଆଇନ କଡାକଡି କରି ସ୍ବତନ୍ତ୍ର ଯାଞ୍ଚ ଟିମ୍ ଗଠନ ହେବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ତେବେ ଯାଇ ଅଯୋଗ୍ୟ ଶାସ୍ତି ପାଇବେ।

Comments are closed.