ଗଞ୍ଜେଇ ଜବତ ମାମଲାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାଉଁଶୁଣି: ଶନିବାର ଅପରାହ୍ନ ୨ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ବହିରା ନିକଟରୁ ୧୦ କେଜି ଗଞ୍ଜେଇ ଜବତ ମାମଲାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାଉଁଶୁଣୀ ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ପଶ୍ଚିମବଙ୍ଗ ରାଜ୍ୟର ଦୁଇ ଜଣ ବ୍ୟକ୍ତି ଗଂଜେଇ ଚାଲାଣ କରୁଥିବା ସୂଚନା ପାଇ ବାଉଁଶୁଣୀ ଥାନା ପୋଲିସ୍ ବହିରା ଛକ ନିକଟରେ ଚଢାଉ କରିଥିଲା। ପଶ୍ଚିମବଙ୍ଗ ରାଜ୍ୟ ୨୪ ପ୍ରଗଣା ଜିଲ୍ଲାର ଛମଡ ମଣ୍ଡଳ ଓ ବସୁଦେବ ରାୟଙ୍କ ବ୍ୟାଗ୍ ତନଖି କରି ୧୦ କେଜି ଗଞ୍ଜେଇ ଜବତ କରି ଉଭୟଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିବା ସବ୍ ଇନ୍ସପେକ୍ଟର ବଳଭଦ୍ର ଗଣ୍ଡା ସୁଚନା ଦେଇଛନ୍ତି।

Comments are closed.