ଶଗଡ଼ିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ପାଣି ପାଇଁ ଚିନ୍ତାରେ ଚାଷୀ

ଚାରିଛକ: ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ପୁରୁଣାକଟକ କ୍ଷୁଦ୍ର ଜଳସେଚନ ଅଧୀନରେ ଥିବା ହରଭଙ୍ଗା ଠାରେ ଶଗଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ହରଭଙ୍ଗା, ବୁକେସିଙ୍ଗା, କୁଡାସିଙ୍ଗ, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମର ୫ ଶହ ଏକରରୁ ଅଧିକ ଚାଷଜମି ଜଳସେଚିତ ହେବା ଦ୍ୱାରା ଚାଷୀ ମାନେ ଉପକୃତ ହେଉଛନ୍ତି। କିନ୍ତୁ ଚଳିତ ବର୍ଷ ଖରିପ ଋତୁରେ ଏହି ସବୁ ଅଞ୍ଚଳର ଚାଷୀମାନେ ବିଭାଗର ଅବହେଳା ଯୋଗୁଁ ପାଣି ପାଇବା ନେଇ ଚିନ୍ତିତ ହୋଇପଡିଛନ୍ତି। ପ୍ରକାଶଥାଉ କି ଏହି କେନାଲ ଭିତରେ ବାଲି, ମାଟି, ପଙ୍କ, ଲଟାବୁଦାରେ ପୋତି ହୋଇଯାଇଛି। ଫଳରେ କେନାଲ ଦେଇ ଜଳ ପ୍ରବାହିତ ହୋଇପାରୁନାହିଁ ।ଫଳରେ ଚାଷୀ ମାନେ ଜମିକୁ ପାଣି ମଡ଼ାଇ ପାରୁନାହାନ୍ତି। ଆଗକୁ ବର୍ଷା ଋତୁ ଆସୁଛି। ଚାଷ ପୂର୍ବରୁ ଯଦି କେନାଲ ସଫା କରା ନ ଯାଏ ଚାଷୀମାନେ କେନାଲ ପାଣିରୁ ବଞ୍ଚିତ ହେବା ନେଇ ମତ ରଖିଛନ୍ତି। ଏ ବାବଦରେ ଅଞ୍ଚଳର ଚାଷୀ ଭିକାରୀ ମାଝୀ, ନାକୁ ଦନାୟକ, ସନ୍ତୁ ନାୟକ, ନାରାୟଣ ଦନାୟକ, ରାଜିନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଚାଷୀ ବିଭାଗୀୟ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରୁ ବୌଦ୍ଧ କ୍ଷୁଦ୍ର ଜଳସେଚନ ନିର୍ବାହି ଯନ୍ତ୍ରୀଙ୍କୁ ଜଣେଇ ଦିଆହୋଇଛି ଓ ଖୁବଶୀଘ୍ର ପଦକ୍ଷେପ ନିଆ ହେବ ବୋଲି କହିଲେ।

Comments are closed.