www.samajalive.in
Monday, December 8, 2025
14.1 C
Bhubaneswar

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ: ସ୍ୱାମୀ ଘରେ ନଥିବା ବେଳେ ଓଢଣୀ ଦେଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି-ରାୟଗଡା ସୀମାନ୍ତ ତଥା ଅମ୍ବାଦଳା ଥାନା, ଇଛାପୁର ପଞ୍ଚାୟତ କାଡଘାଟି ଗାଁରେ। ଏହି ଗାଁର ବାବୁଲି କରୁଆଁ ନାମକ ଜଣେ ଯୁବକ ଗତ ତିନିବର୍ଷ ତଳେ ଭଲ ପାଇ ବାହା ହୋଇଥିଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗଜରାଜପୁର ଗାଁର ମୀରା ଓରଫ ନିକିତା କରୁଆଁକୁ। ତିନିବର୍ଷର ଗୃହସ୍ଥ ଜୀବନ ମଧ୍ୟରେ ଦୁହେଁ ନିଜର କୁଡିଆ ଘରେ ଏକ ଛୋଟିଆ କିରାନା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ସେଥିରେ ପେଟ ପୋଷିବା ସମ୍ଭବ ନହେବାରୁ ବାବୁଲି ଦାଦନ ଖଟିବାକୁ କେରଳ ଯାଇଥିଲା। ସେଠାରେ ସେ ଦୁଇ ପଇସା ରୋଜଗାର କରୁଥିବା ବେଳେ ଘରେ ଏକୁଟିଆ ଥିଲା ନିକିତା। ତେବେ ଦୋକାନ ସାମଗ୍ରୀ ଆଣିବା ପାଇଁ ତାକୁ ଗାଁର ଜଣେ ଯୁବକ ସହାୟତା କରୁଥିବା ବେଳେ ତାକୁ ନେଇ କେରଳରେ ଥିବା ତାର ସ୍ୱାମୀ ଓ ଶାଶୁ ଘର ଲୋକେ ଝଗଡା କରୁଥିଲେ। ସଂପୃକ୍ତ ଯୁବକଙ୍କ ସହିତ ନିକିତାର ଅବୈଧ ସଂପର୍କ ଥିବା ଅଭିଯୋଗ କରି ସ୍ୱାମୀ-ସ୍ତ୍ରୀ ଫୋନରେ ପାଟିତୁଣ୍ଡ କରୁଥିବା ବେଳେ ଏଇ ସନ୍ଦେହ ନିଆଁରେ ଘିଅ ଢାଳୁଥିଲେ ନିକିତାର ଶାଶୁ, ନଣନ୍ଦ ଓ ବଡବାପା ଶ୍ୱଶୁର। ଯାହାକୁ ନେଇ ବାବୁଲି ଓ ନିକିତା ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିବା ବେଳେ ମଙ୍ଗଳବାର ରାତିରେ ନିକିତାକୁ ଫୋନ୍ କରି ବାବୁଲି ପାଟିତୁଣ୍ଡ କରିବା ସହିତ ନିକିତାର ମାଆ ସହିତ କନଫରେନ୍ସ କଲ୍ କରି ଝିଅକୁ ଆସିକି ନେଇଯାଅ, ନହେଲେ ମୁଁ ଘରେ ନଥିଲେ କଣ ହେଲା, ଲୋକ ଲଗାଇ ତାକୁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ନିକିତାର ମାଆ ଲୟ କୁମାର କହିଛନ୍ତି। ତେବେ ରାତିକ ମଧ୍ୟରେ କଣ ହେଲା କେଜାଣି, ନିକିତା ଆତ୍ମହତ୍ୟା କରିଥିବା ବେଳେ ତାକୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ସନ୍ଦେହରେ ଜଣେ ଯୁବକକୁ ଉଠାଇ ନେଇଥିବା ବେଳେ ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ମାମଲାକୁ ଆହୁରି ଅଡୁଆ କରିଦେଇଛି। ଏବେ ନିକିତାର ଆତ୍ମହତ୍ୟା ସନ୍ଦେହର କୁହେଳିକା ଭିତରେ ଥିବାବେଳେ ପୁଲିସ ମାମଲାର ଖିଅ ଧରିବାକୁ ତଦନ୍ତକୁ ଆହୁରି ଜୋରଦାର କରିଛି। ଏନେଇ ଅମ୍ବାଦଳା ଥାନା କେସ ନଂ ୧୪୨/୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories