www.samajalive.in
Friday, December 5, 2025
20.1 C
Bhubaneswar

ଭୋଟ ଗଣତି ପାଇଁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭୋଟ ଗଣତି ପରେ ଫଳାଫଳ ସଂପର୍କରେ ନିର୍ବାଚନ କମିଶନ ଏବଂ ଗଣତିକେନ୍ଦ୍ର ପରିସରରେ ଖୋଲା ଯାଇଥିବା ମିଡିଆ ସେଣ୍ଟରକୁ ତୁରନ୍ତ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ସୁରକ୍ଷା ଦାୟିତ୍ୱରେ ତିନି କମ୍ପାନୀ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି କେନ୍ଦ୍ରଠାରୁ ଦୁଇଶହ ମିଟର ଅଞ୍ଚଳକୁ ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା କାରଣରୁ ଭୋଟ ଗଣତି କେନ୍ଦ୍ର (ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ)ର ମୁଖ୍ୟ ଫାଟକକୁ ବନ୍ଦ ରଖାଯିବା ସହିତ ଜିଲା ଷ୍ଟାଡିୟମ ଭିତର ଦେଇ ଗଣତି କେନ୍ଦ୍ର ମଧ୍ୟକୁ ଦାୟିତ୍ୱରେ ଥିବା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories