www.samajalive.in
Saturday, December 6, 2025
14.1 C
Bhubaneswar

ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ବେଦାନ୍ତ ନଗର ଖେଳପଡିଆଠାରେ  ଗୋଲଡେନ ସ୍ପୋର୍ଟ୍ସ କ୍ଳବ ଏବଂ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ମିଳିତ  ଆନୁକୂଲ୍ୟରେ ଇଣ୍ଟର ଭିଲେଜ୍ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ନିୟମଗିରି ବେଦାନ୍ତ ନଗର ଓ ଚଣାଲିମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଣାଲିମା ଦଳ ପ୍ରଥମେ ଟସ୍ ଜିତି ଫିଲଡିଂ କରିଥିବା ବେଳେ ନିୟମଗିରି ବେଦାନ୍ତ ନଗର ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ବିନିମୟରେ ୯ ଉଇକେଟ୍ ହରାଇ ୧୨୫ ରନ୍ କରିଥିଲେ। ଜବାବରେ ଚଣାଲିମା ଦଳ ୧୧ ଓଭର ୪ ବଲ ବିନିମୟରେ ସମସ୍ତ ଉଇକେଟ୍ ହରାଇ ୧୧୧ ରନ୍ କରି  ବେଦାନ୍ତ ନଗର ଦଳ ଠାରୁ ପରାଜୟ ହୋଇଥିଲେ। ଏହି ମ୍ୟାଚରେ ୧୪ ରନରେ ନିୟମଗିରି ବେଦାନ୍ତ ନଗର ଚାମ୍ପିଅନ ହେଇଥିଲା। ଫାଇନାଲ ମ୍ୟାଚରେ ଇସତିଆକ୍ ଖାନ୍ ଓ ପ୍ରବୀଣ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ମଧୁସୂଦନ ବାଗ ଓ ଶ୍ରୀମୁଖ ଅଗସ୍ତି କରିଥିଲେ।ସେହିପରି ସ୍କୋର ବୋର୍ଡରେ ବିଶ୍ୱାଳ ପାଣି ସହଯୋଗ କରିଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ସିଏସ୍ ଆର ମୁଖ୍ୟ ଶିଶିର ତରଫଦାର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ସ୍କୁଲ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ବେଦାନ୍ତ ନଗର ବଡ ଡଙ୍ଗରିଆ ମାଝୀ, ସିଏସଆର ବିଭାଗର ଶ୍ରୀମୁଖ ଅଗସ୍ତି, ଦଶରଥ ମାଝୀ, ଲାଞ୍ଜିଗଡ଼ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବିଜେତାଙ୍କୁ ଟ୍ରଫି ସହ ୪୦ ହଜାର ଟଙ୍କା ଏବଂ ଉପ ବିଜେତାଙ୍କୁ ଟ୍ରଫି ସହ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଚେକ ଦ୍ୱାରା ପ୍ରଦାନ କରାଗଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories