ଦଳୀୟ ପ୍ରଚାରକୁ ନେଇ ଆକ୍ରମଣ, ଥାନାରେ ଅଭିଯୋଗ

ଧାମରା: ଦୋସିଙ୍ଗା ପଂଚାୟତରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ତିକ୍ତତା ଦେଖା ଦେଇଛି। ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଦୋସିଙ୍ଗା ପଂଚାୟତ ବିଦ୍ୟୁତ ପ୍ରଭା ଗ୍ରାମରେ ଦଳୀୟ ପ୍ରଚାରକୁ ନେଇ ବୁଧବାର ଦିନ କିଛି ବିଜେଡି କର୍ମୀ ସେହି ଗ୍ରାମର ଜଣେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଗଣେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କ ପରିବାର ଲୋକେ ଗଣେଶକୁ ଧାମରା ମେଡିକାଲକୁ ନେଇ ଚିକିତ୍ସା କରିଥିଲେ। ଏ ନେଇ ଗଣେଶ ଧାମରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Comments are closed.