ଚାନ୍ଦବାଲି ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଆରଡି: ଆସନ୍ତା ଜୁନ ୧ରେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ। ଏଥିପାଇଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର ପ୍ରଚାର। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପପକ୍ଷରୁ ବାଇକ ଶୋଭାଯାତ୍ରା ସହିତ ଘରଘର ବୁଲି ପ୍ରାର୍ଥୀମାନେ ଭେଟୁଛନ୍ତି ଭୋଟରଙ୍କୁ। ଏହି ପରିପ୍ରେକ୍ଷିରେ ଶନିବାର ବିଜେଡି ଦଳ ପକ୍ଷରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୧୫ ବର୍ଷ ଧରି ଶାସନରେ ରଖିଥିବା ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଚଳିତ ଥର ବିକାଶ କାର୍ଯ୍ୟ ନେଇ ଚାନ୍ଦବାଲି ବାସୀଙ୍କ ପାଖରେ ପହଁଚିଛନ୍ତି। ବିଜେଡି ସପକ୍ଷରେ ଭୋଟ ଦେବା ସହ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ ଦୃଢତାର ସହ କହିଛନ୍ତି।

Comments are closed.