ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କ ଭୋଟର ଭେଟଘାଟ ଅଭିଯାନ

ପାଟଣା: ଘଷିପୁରା ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସନ୍ଧ୍ୟାରୁ ଢେଙ୍କିକୋଟ ଓ କାଶିବେଡା ଏବଂ ଅନ୍ୟାନ୍ୟ ଗ୍ରାମର ଘରକୁ ଘର ଓ ବ୍ୟବସାୟ ପ୍ରତିଷ୍ଠାନରୁ ବ୍ୟବସାୟ ପ୍ରତିଷ୍ଠାନକୁ ବୁଲି ଭୋଟରମାନଙ୍କୁ ସିଧାସଳଖ ଭେଟି ତାଙ୍କୁ ଥରେ ସୁଯୋଗ ଦେବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସହ ତାଙ୍କର ଦୃଢ଼ ସମର୍ଥକ ଅମର ସିଂହ, ସୁମନ୍ତ କୁମାର ସାହୁ, ମହେଶ୍ୱର ସାହୁ ଓ ରାଧାକାନ୍ତ ବେହେରା ପ୍ରମୁଖ ଭୋଟରଙ୍କୁ ଭେଟୁଥିବା ଦେଖାଯାଇଛି। ପ୍ରଚାର ଅଭିଯାନ ଆଉ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ସୌମ୍ୟରଞ୍ଜନଙ୍କ ଏହି ଭେଟଘାଟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ତାଙ୍କୁ ଲୋକେ ଆଗ୍ରହର ସହ ସ୍ବାଗତ କରୁଥିବାରୁ ଆପଣ ମାନଙ୍କ ଶ୍ରଦ୍ଧା ମୋ ପାଇଁ ଆଶୀର୍ବାଦ ହେବ ବୋଲି ଶ୍ରୀ ପଟ୍ଟନାୟକ ଏଠାରେ ମତ ପ୍ରକାଶ କରିଛନ୍ତି।

Comments are closed.