www.samajalive.in
Saturday, December 6, 2025
26.1 C
Bhubaneswar

ଜ୍ଞାନରଞ୍ଜନ ହେଲେ କଂଗ୍ରେସ ପ୍ରାର୍ଥୀ, ସ୍ୱାଧିନରେ ଲଢିବେ ରାଧାମୋହନ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏଆଇସିସି ସଭ୍ୟ ଓ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଥିବା ଡେଲାଙ୍ଗ ବେରବୋଇ ଉଦୟପୁର ଅଞ୍ଚଳର ଜ୍ଞାନରଞ୍ଜନ ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସର ଜଣେ ଟାଣୁଆ ଯୁବନେତା ଭାବେ ପରିଚିତ। ସେ ନିରକାରପୁର କେବିଡିଏଭି କଲେଜରେ ଛାତ୍ର ସଂସଦର ୨ଥର ସଭାପତି ଥିଲେ। ୧୯୮୭ ମସିହାରେ ସେ ଡେଲାଙ୍ଗ ବ୍ଲକର ଛାତ୍ର କଂଗ୍ରେସ ସଭାପତି ମଧ୍ୟ ଥିଲେ। ଦୀର୍ଘ ବର୍ଷ ଧରି ଜିଲା ଓ ରାଜ୍ୟ କଂଗ୍ରେସ କମିଟିର ବହୁ ପଦ ପଦବୀରେ ରହିଆସିଥିବା ଶ୍ରୀପଟ୍ଟନାୟକ ଆସନ୍ତା ନିର୍ବାଚନ ବୈତରଣୀ ପାର୍‌‌ ହେବାକୁ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ସାଙ୍ଗଠନିକ ବୈଠକ ଜାରି ରଖିଛନ୍ତି।

ଅତୀତରେ କଂଗ୍ରେସର ଗଡ଼ ଥିବା ଏହି ବିଧାନସଭା ଆସନରେ ଗତ ୨ଟି ନିର୍ବାଚନରେ ଦଳୀୟ ଭୋଟ୍‌‌ ହାର ବହୁମାତ୍ରାରେ ହ୍ରାସ ପାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ କଂଗ୍ରେସକୁ ୯ହଜାର ୮୩୦ ଭୋଟ (୫.୬୩ ପ୍ରତିଶତ) ମିଳିଥିବା ବେଳେ ୨୦୨୧ ଉପନିର୍ବାଚନରେ ୪ହଜାର ୨୬୧ ଭୋଟ (୨.୩୬ ପ୍ରତିଶତ) ମିଳିଥିଲା। ଏଠାରେ କଂଗ୍ରେସର ସଙ୍ଗଠନକୁ ମଜବୁତ୍‌‌ କରି ଭୋଟ୍‌‌ ହାରକୁ ବୃଦ୍ଧି କରାଇବା ଲକ୍ଷ୍ୟରେ ଜଣେ ଟାଣୁଆ ନେତାଙ୍କୁ ରାଜ୍ୟ ନେତୃତ୍ୱ ଖୋଜୁଥିବା ବେଳେ କଂଗ୍ରେସରୁ ଟିକେଟ୍‌‌ ପାଇବା ପାଇଁ ଶ୍ରୀ ପଟ୍ଟନାୟକଙ୍କ ସମେତ ମୋଟ୍‌‌ ୧୫ଜଣ ଆଶାୟୀ ଥିଲେ। ଏପରିକି ନିକଟ ଅତୀତରେ ବିଜେପି ଦଳରୁ ଇସ୍ତଫା ଦେଇ ଗତ ସୋମବାର ଦିନ କଂଗ୍ରେସରେ ଯୋଗ ଦେଇଥିବା ଏଠାକାର ଯୁବନେତା ରାଧାମୋହନଙ୍କୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌‌ ଧରିଥିଲା। କଂଗ୍ରେସ ଦଳରେ ଯୋଗଦେବା ପଛରେ ଏଠାରୁ ସେ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ସ୍ଥାନୀୟ କଂଗ୍ରେସ ଶିବିରରେ ଆଲୋଚନା ଚାଲିଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ସଂନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ଜ୍ଞାନରଞ୍ଜନଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇଛି। ଏହାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ସ୍ୱାଧିନ ଭାବରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଧାମୋହନ ‘ସମାଜ’କୁ କହିଥିବା ବେଳେ ଆଗକୁ କଣ ଘଟୁଛି ତାହାକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories