www.samajalive.in
Saturday, December 6, 2025
26.1 C
Bhubaneswar

କନ୍ତୋଲ ରାମଲୀଳାର ୮୦ତମ ବାର୍ଷିକ ଉତ୍ସବ

ଆଠଗଡ଼: ଆଠଗଡ଼ ସହରର ସମସରପୁରସ୍ଥିତ ମା ଚଣ୍ଡି କଳା ପରିଷଦ ପକ୍ଷରୁ ରାମଲୀଳା ନାଟକର ୮୦ତମ ବାର୍ଷିକ ଉତ୍ସବ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶତୃଘ୍ନ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଦୀର୍ଘ ୮୦ବର୍ଷ ଧରି ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ ରାମଲୀଳା ଲୋକକଳାକୁ ଅନୁଷ୍ଠାନ ପକ୍ଷରୁ ଉଜ୍ଜୀବିତ ରଖିବା ବାସ୍ତବିକ ପ୍ରଂଶସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଉପନଗରପାଳ ଲଳିତମୋହନ ନାୟକ ଯୋଗଦେଇ ଅନୁଷ୍ଠାନ ନିଜର ଗୁରୁ ରଘୁନାଥ ବେଉରାଙ୍କ ଦ୍ୱାରା ରଚିତ ରାମଲୀଳା ନାଟକକୁ ୮୦ବର୍ଷ ଧରି ପରିବେଷଣ କରିଆସୁଛନ୍ତି ବୋଲି ପ୍ରକାଶ କରିଥିଲେ। ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୭ଜଣ ପୁରାତନ ରାମଲୀଳା କଳାକାରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁକ୍ରବାର ରାତିରେ ରାମଲୀଳା ନାଟକ ତାଡକା ବଧ ପରିବେଷଣ କରିଥିଲେ। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ରାମଲୀଳା ନାଟକ ପରିବେଷଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories