www.samajalive.in
Friday, December 5, 2025
20.1 C
Bhubaneswar

ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ଵନ୍ଦିତା

ପଟାଙ୍ଗି: କୋରାପୁଟ ଜିଲ୍ଲାର ଆଦିବାସୀ ସଂରକ୍ଷିତ ପଟାଙ୍ଗି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ, ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ଏବଂ ବିଜେପି ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡିଛି। କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଏହି ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଫୁଲ୍ଲ ପାଙ୍ଗି ଥରେ ବିଧାୟକ ନିର୍ବାଚିତ ହେଇଥିଲେ। ବିଜେପି ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ପୁର୍ବରୁ ବିଜେଡି ସଦସ୍ୟ ଥାଇ ୨୦୧୯ରେ ବିଜେଡି ଟିକେଟ ଆଶାରେ ଥିଲେ। ଦଳୀୟ ଟିକେଟ ନ ପାଇ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ି ହାରିଥିଲେ।

କଂଗ୍ରେସର‌ ରାମଚନ୍ଦ୍ର ଏବଂ ବିଜେଡ଼ିର ପ୍ରଫୁଲ୍ଲ ଉଭୟେ ପୁରୁଣା ଖିଲାଡ଼ି ହୋଇଥିବା ବେଳେ ସେମାନଙ୍କ ଗତିବିଧି ସମ୍ପର୍କରେ ନିର୍ବାଚନ ମଣ୍ଡଳୀ ଭୋଟର୍ ଅବଗତ ରହିଛନ୍ତି। ବିଜେପିର ନବାଗତ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ଦଳୀୟ ରାଜନୀତିରେ ବେଶ ପରିଚିତ ନଥିଲେ ହେଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ଲୋକଙ୍କ ସମାସ୍ୟାରେ ସାମିଲ ରହି ଲୋକଙ୍କ ନିକଟତର ହୋଇ ପାରିଥିବା ଶୁଣିବାକୁ ମିଳୁଛି। ବିଜେପି ପକ୍ଷରୁ ପ୍ରଥମେ ଚୈତନ୍ୟ ହନ୍ତାଳଙ୍କ ନାମ ଘୋଷଣା କରାଯାଇଥିଲା। ତାଙ୍କର ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ମଞ୍ଚ ପକ୍ଷରୁ ବିରୋଧ ପରେ ଏଠାରେ ବିଜେପି ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ବିଜେପି ପାର୍ଥୀ ବଦଳାଇବା ପରେ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳି ଯାଇଥିବା ଜଣାପଡିଛି।

- Advertisement -

କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ଦୁଇ ଥର ନିର୍ବାଚିତ ହୋଇ କ୍ରମାଗତ ଭାବରେ ନିଜର ଲଢେଇ ଜାରି ରଖିଥିବା ବେଳେ ଲୋକଙ୍କ ସମ୍ପର୍କରେ ରହିଥିବା ଜଣାପଡିଛି। ସେହିପରି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ୨୦୧୪ରେ ନିର୍ବାଚିତ ହୋଇ ୨୦୧୯ରେ ଟିକେଟରୁ ବଞ୍ଚିତ ହୋଇଥିଲେ ହେଁ ବିଜେଡିରେ ରହି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଦୁଇ ପୁରୁଣା ନେତା କ୍ଷମତାରେ ରହି କିଛି ଲୋକଙ୍କ ପ୍ରିୟ ପାତ୍ର ହୋଇଛନ୍ତି ତ କିଛି ଲୋକଙ୍କର ଅସନ୍ତୋଷର ଶିକାର ହେଇଛନ୍ତି। ଯେମିତି କି ନନ୍ଦପୁର ବ୍ଲକର ଜଳାପୁଟ ଜଳଭଣ୍ଡାର ପାଇଁ କ୍ଷତିଗ୍ରସ୍ତ ୧୦ ପଞ୍ଚାୟତ ବାସିନ୍ଦାଙ୍କୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଦୁଇ ଦୁଇଟି ନିର୍ବାଚନରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ସେହିପରି ପୂର୍ବରୁ ଦୋରା ମହାସଂଘକୁ ବିଜେଡି ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇ ମଧ୍ୟ ସୁଫଳ ମିଳି ନଥିବାରୁ ସେଠାରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା। ରାମଚନ୍ଦ୍ର ଏବଂ ପ୍ରଫୁଲ୍ଲ ଉଭୟ ପୁରୁଣା ନେତା ନିଜର ସମର୍ଥକ ଏବଂ ପକେଟ୍ ଭୋଟକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କଲେଣି। ବିଜେପିର ନବାଗତ ଚୈତନ୍ୟ ନନ୍ଦିବାଲି ମୋଦିଙ୍କ ଭୋଟ ସହ ପରଜାସମାଜ, ଦୋରା ମହାସଂଘ, ସେ୍ରୁବନ୍ଧ ସମିତି, ମାଳିପର୍ବତ, ନାଗେଶ୍ଵରୀ ଗୁମ୍ଫା, ନାଲକୋ,କୋଲାବ, ସୁନାବେଡ଼ା ବିସ୍ଥାପିତ ସଂଘର ସମର୍ଥନ ତଥା ନିଜ ସମର୍ଥକଙ୍କ ଗହଣରେ ନିର୍ବାଚନ ବୈତରଣୀ ପାର ହେବା ଆଶା ବାନ୍ଧିଥିବା ଜଣାପଡିଛି। ଅନ୍ୟପକ୍ଷରେ ନିର୍ବାଚନ ମଣ୍ଡଳୀରୁ ନୂତନ ପ୍ରାର୍ଥୀଙ୍କ ଆଶା ରଖିଥିବା ଭୋଟରଙ୍କ ସମର୍ଥନ ମିଳିବା ଆଶା ମଧ୍ୟ ଚୈତନ୍ୟ ରଖି ଥିବା ଜଣାପଡିଛି। ନିଜର ସମର୍ଥକଙ୍କୁ ଧରି ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇ ନିଜ ନିଜ ଶୈଳୀରେ ପ୍ରଚାର ଆରମ୍ଭ କରିଲେଣି। ପ୍ରତିଦ୍ବନ୍ଦିତା କ୍ଷେତ୍ର ଆଗକୁ କ’ଣ ହେଉଛି ଦେଖିବାକୁ ବାକି ରହିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories