www.samajalive.in
Saturday, December 6, 2025
14.1 C
Bhubaneswar

ହରଭଙ୍ଗା;ଅଟୋ ଦୁର୍ଘଟଣାରେ ୪ ଗୁରୁତର

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ- ଛତ୍ରଙ୍ଗ ପୂର୍ତ ବିଭାଗ ରାସ୍ତାର ଅଯୋଧ୍ୟା ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୦୪ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ ଚାରିଛକରୁ କୁଶାସିଙ୍ଗା ଅଭିମୁଖେ ଯାଉଥିଲା। ଅଯୋଧ୍ୟା ନିକଟରେ ଏକ ବାଛୁରୀ ଗାଡି ସମ୍ମୁଖକୁ ଦୌଡି ଆସିବାରୁ ଡ୍ରାଇଭର ହଠାତ୍ ବ୍ରେକ ମାରି ଦେବାରୁ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଗାଡିରେ ଥିବା ଯାତ୍ରୀ ଗୋଲେଖ ସାହୁ (୫୦) ଶଶ୍ମିତାବେହେରା (୩୦) ଦୁଇଜଣଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଡ୍ରାଇଭର ଝଗଡୁ ନାଏକ (୪୦) , ପ୍ରଭାସିନୀ କହଁର (୨୮) ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହରଭଙ୍ଗା ମେଡିକାଲରେ ଭର୍ତୀ କରାଯାଇଥିଲା। ଗୋଡ ଭାଙ୍ଗିଥିବା ଦୁଇ ଗୁରୁତରଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ସମସ୍ତ ଯାତ୍ରୀଙ୍କ ଘର ହରଭଙ୍ଗା ଥାନା କୁଶାସିଙ୍ଗା ବୋଲି ସୂଚନା ମିଳିଛି। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories