www.samajalive.in
Saturday, December 6, 2025
26.1 C
Bhubaneswar

ରଣେନ୍ଦ୍ର ଓ ସନ୍ତୃପ୍ତ ମିଶ୍ରଙ୍କ ପ୍ରଚାର ଅଭିଯାନ

ଆଠଗଡ଼: ଆଗାମୀ ନିର୍ବାଚନ ବିଶେଷକରି କଟକ ଲୋକସଭା ଓ ଆଠଗଡ଼ ବିଧାନସଭା ନିର୍ବାଚନ ଷଷ୍ଠ ପର୍ଯ୍ୟାୟରେ ମେ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିମ୍ବା ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ହେଲେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିର ପ୍ରଚାର ଅଭିଯାନ ଏବେଠାରୁ ଜୋର ଧରିଲାଣି। ଆଠଗଡ଼ରେ ମଙ୍ଗଳବାର ବିଜୁ ଜନତା ଦଳର କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଙ୍ଗଳବାର ୩ନଂ ଜୋନ ଅଞ୍ଚଳରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଲୋକସଭା ପ୍ରାର୍ଥୀ ଶ୍ରୀ ମିଶ୍ର ଏବଂ ଆଠଗଡ଼ ବିଧାୟକ ପ୍ରାର୍ଥୀ ତଥା କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ ସକାଳେ ଧବଳେଶ୍ୱର ଠାରେ ପୂଜାର୍ଚ୍ଚନା କରି ଏକ ବିରାଟ ମଟର ସାଇକଲ ଶୋଭାଯାତ୍ରାରେ ମଞ୍ଚେଶ୍ୱର, କଖଡି, ଅନନ୍ତପୁର, ଧୁରୁଷିଆ, କଟକିଆସାହି, ମେଘା, ରାଜନଗର, ବେଣ୍ଟପଦା ଆଦି ପଞ୍ଚାୟତରେ ପଥପ୍ରାନ୍ତ ସଭା କରି ଅପରାହ୍ନ ୧ଟାରେ ଆଠଗଡ଼ ଏନଏସି ମଧ୍ୟରେ ପରିକ୍ରମା କରି ମହିଳା କଲେଜ ସନ୍ନିକଟ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସେଠାରେ ବ୍ଲକ ବିଜୁ ଜନତା ଦଳ ସଭାପତି ରବୀନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉଦ୍‌‌ବୋଧନ ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories