ସମ୍ବଲପୁର: ମଙ୍ଗଳବାର ମଧ୍ୟାହ୍ନରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳର ମିଲପଡ଼ା ଅଞ୍ଚଳରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ବସ୍ତି ବାସିନ୍ଦା ମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଘେରି ଯାଇ ବିକାଶ ମୂଳକ କାର୍ଯ୍ୟ ନାଳ, ପାନୀୟ ଜଳ, ପରିମଳ, ସ୍ଥାୟୀ ପଟ୍ଟା ଆଦି ବିଷୟକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ। ବସ୍ତି ବାସିନ୍ଦା ମାନେ ନିର୍ବାଚନ ଜିଣିବା ପରେ କେତେ ଥର ଆମ ଅଞ୍ଚଳକୁ ଆସିଛ ଓ ଆମ ସୁଖ ଦୁଃଖରେ ଆପଣ କେବେ ଆସି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଅଞ୍ଚଳବାସୀଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ମୁଁ ତୁମର ମାନଙ୍କ ସହିତ ସବୁ ସମୟରେ ରହିଛି ଏବଂ ରହିଥିବି। ଅପରପକ୍ଷରେ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଶମ୍ଭୁ ବରେଲିଆଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ସ୍ଥିତିକୁ ସାମାନ୍ୟ କରିଥିଲେ ଏବଂ ଏହା ପରେ ବିଧାୟକ ଶ୍ରୀ ମିଶ୍ର ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ।
Popular Categories



