ତୀବ୍ର ବିରୋଧର ସମ୍ମୁଖୀନ ହେଲେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି
ଭବାନିପାଟଣା: ଥୁଆମୂଳ ରାମପୁର ବ୍ଲକର ଟାଙ୍ଗରି ଗାଁରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରିଙ୍କୁ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପରିସ୍ଥିତି ଏଭଳି ହେଇଥିଲା ଯେ ରାଗ ତମ ତମ ହେଇ ଗାଁ ମୁହଁରୁ ଫେରିଆସିବାକୁ ବିଧାୟକ ବାଧ୍ୟ ହେଲେ। ସୂଚନା ଅନୁଯାୟୀ ଆଜି ବିଧାୟକ ଶ୍ରୀ ଦିଶାରିଙ୍କ ସମେତ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ନିର୍ବାଚନ ପ୍ରଚାରରେ ଅଡ୍ରି ଅଞ୍ଚଳକୁ ଯାଇଥିଲେ। ଆମ ଗାଁ ପାଇଁ କଣ କରିଛ, କାହିଁକି ଆସିଛ, ଅଞ୍ଚଳର କଣ କଣ କାମ କରିଛ, ଟିକିରି କମ୍ପାନୀ ଦ୍ଵାରା ଆମ ଅଞ୍ଚଳର କଣ ବିକାଶ କରାଯାଇଛି ଆଦି ସ୍ଥାନୀୟ ଲୋକଙ୍କ ପ୍ରଶ୍ନରେ ବିଧାୟକ ଅପଦସ୍ତ ହୋଇଥିଲେ।
Comments are closed.