ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାଜପାର ବୁଥ ବିଜୟ ସମାବେଶ

ଗଞ୍ଜାମ: ସାଧାରଣ ନିର୍ବାଚନ ନେଇ ଏନେଇ ଭାଜପା ପକ୍ଷରୁ ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ କୁଶପଲି ମା ଚାମୁଣ୍ଡା ମନ୍ଦିର କଲ୍ୟାଣ ମଣ୍ଡପରେ ବୁଥ ବିଜୟ ସମାବେଶ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୁଥ ବିଜୟ ସମାବେଶରେ ଭାଜପା ଜିଲ୍ଲା ସଭାପତି ଡ଼କ୍ଟର ସୁବାଷ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଏସି ମୋର୍ଚ୍ଚା ସଭାପତି କୀର୍ତନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ପାର୍ଥି କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଦଳ ପକ୍ଷରୁ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

Comments are closed.