www.samajalive.in
Sunday, December 14, 2025
23.1 C
Bhubaneswar

ଜୀବନ ସହ ସଂଘର୍ଷ କରୁଛି ସପ୍ତମ ଶ୍ରେଣୀ ଛାତ୍ରୀ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହନିଲହ ଗ୍ରାମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଆଶାରାଣୀ ପଧାନଙ୍କ ପେଟରେ ଝାଡା ନଳୀ ପଚି ଯାଇଥିବାରୁ ତାଙ୍କୁ ଭୁବନେଶ୍ବର ଏମସ୍ ଡାକ୍ତରଖାନାରେ ଅପରେସନ କରାଯାଇଛି। ଝାଡା ନଳୀ ଅକାମି ହେବାରୁ ତାଙ୍କର ପେଟର ନାଭି ତଳେ ଗୋଟିଏ ପାଇପ ଲଗାହୋଇ ବର୍ତ୍ତମାନର ଝାଡା ନିଷ୍କାସନ କରାଯାଉଛି। ୩ ମାସ ପରେ ଆଉଥରେ ଅପରେସନ ପରେ ଛାତ୍ରୀ ଜଣକ ସମ୍ପୁର୍ଣ୍ଣ ଠିକ୍ ହେବାର ସମ୍ଭାବନା ଅଛି ବୋଲି ଡାକ୍ତରମାନେ କହିଛନ୍ତି। ଏଇ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଇ ବର୍ଷ ପୂର୍ବେ ଏମିତି ରୋଗ ହେବାରୁ ଭୁବନେଶ୍ଵରର ଏମସ୍ ଡାକ୍ତରଖାନାରେ ଅପରେସନ କରା ଯାଇଥିଲା। ତାଙ୍କର ବାପାଙ୍କ ମୃତ୍ୟୁ ପରେ ଏବେ ମା’ ଜଣେ ଗରିବ ବିଧବା ମହିଳା ହୋଇଥିବା ବେଳେ ଏବଂ ଦୁଇଥର ଝିଅକୁ ଭୁବନେଶ୍ୱରରେ ଅପରେସନ କରିଥିବା ବେଲେ ଅର୍ଥ ଅଭାବ ଯୋଗୁଁ ଏବେ ସେ ଅସମର୍ଥ। ତେବେ ଶେଷଥର ଅପରେସନ ନ କଲେ ଝିଅର ଜୀବନ ଚାଲି ଯାଇପାରେ। ଏତେ ସମସ୍ୟା ପରେ ସୁଦ୍ଧା ପ୍ରଶାସନ କିମ୍ଵା ସରକାର ତରଫରୁ କୌଣସି ପ୍ରକାର ଆର୍ଥିକ ସହାୟତା ଦିଆଯାଇ ନାହିଁ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ଏହି ଛାତ୍ରୀଙ୍କ ନାଁ ନାହିଁ, ତେଣୁ କରି ଛାତ୍ରୀ ଜଣକ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଚାର ପାଇପାରୁନାହାନ୍ତି। ପ୍ରଶାସନ ପକ୍ଷରୁ କୋଣସି ସରକାରୀ ସୁବିଧା ସୁଯୋଗ ମିଳିଲେ ଏହି ଛାତ୍ରୀଙ୍କର ଜୀବନ ବଞ୍ଚି ପାରନ୍ତା ବୋଲି ପରିବାର ପକ୍ଷରୁ ନିବେଦନ କରାଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories