www.samajalive.in
Sunday, December 14, 2025
23.1 C
Bhubaneswar

ସିରିଜ ବାଇକ ଚୋରି: ୩ ନାବାଳକ ସହ ୭ ଗିରଫ, ୧୬ ବାଇକ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା​ ସହରର ଟାଉନ ଥାନା ଓ ସଦର ଥାନାଞ୍ଚଳରୁ ସିରିଜ୍ ବାଇକ ଚୋରି ମାମଲାରେ ପୁଲିସ ୩ ନାବାଳକଙ୍କ ସହ ୭ଜଣଙ୍କୁ ଗିରଫ କରିିଛି। ସେମାନଙ୍କ ନିକଟରୁ ୧୬ଟି ଚୋରି ବାଇକ ଉଦ୍ଧାର କରାଯାଇଛି। ଏଥିରୁ ୧୨ଟି କେବଳ ଟାଉନ ଥାନାଞ୍ଚଳରୁ ଚୋରି ହୋଇଥିବା ବେଳେ ଗୋଟିଏ ସଦର ଥାନାଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି, ହେଲେ ଅନ୍ୟ ୩ଟି କେଉଁ ଥାନାଞ୍ଚଳରୁ ଚୋରି ହୋଇଛି ଓ କାହାର ତାହା ଯାଞ୍ଚ କରାଯାଉଛି। ବାଇକ ଚୋରି ଅଭିଯୁକ୍ତ ମାନେ ହେଲେ ସରବାହାଲ ବାସିନ୍ଦା ଲିଙ୍ଗରାଜ ବେହେରା(୨୦), ଭେଡ଼େନ୍ ଥାନା ଲୋଇଶିରାର ଅଜିତ ବିଶ୍ବାଲ(୨୨), ଧମା ଥାନା ଅଇଁଲାପାଲିର ଅକ୍ଷୟ ବାଗ(୨୪) ଓ ଝାରସୁଗୁଡ଼ାର ବୁରୋମାଲର କ୍ଷମାନିଧି ଭରାସାଗର। ଏହାବ୍ୟତୀତ ଚୋରିରେ ସମ୍ପୃକ୍ତ ୩ଜଣଙ୍କୁ ପୁଲିସ ଅଟକ ରଖିଛି।
ସୂଚନା ଥାଉ କି, ଗତ ସପ୍ତାହକ ମଧ୍ୟରେ ଟାଉନଥାନାଞ୍ଚଳରୁ ସିରିଜ୍ ବାଇକ ଚୋରି ହୋଇଥିଲା। ଏଥିରୁ ଗତ ୮ ତାରିଖ ପୁରୁଣାବସ୍ତି ବାସିନ୍ଦା ବୈଭବ ଶର୍ମା(୩୨)ଙ୍କ ବାଇକ ଚୋରି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ସଫଳତା ହାସଲ କରିଛି। ଅଭିଯୋଗ ଅନୁସାରେ ବିଶାଲ ମେଗାମାର୍ଟ ସମ୍ମୁଖରେ ନିଜ ବାଇକ ରଖି କୋଠାରେ ଥିବା ଏକ ଶିକ୍ଷା ସଂସ୍ଥାନକୁ କୌଣସି କାମରେ ଯାଇଥିବା ବେଳେ ତଳକୁ ଆସିବା ବେଳେ ଆଉ ବାଇକ ନ ଥିଲା।

ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ବେଳେ ସରବାହାଲ ଶିଶୁ ମନ୍ଦିର ନିକଟରେ ରହୁଥିବା ଜଣେ ଯୁବକ ଏହି ଚୋରି ରାକେଟରେ ସମ୍ପୃକ୍ତ ଥିବା ସୂଚନା ମିଳିବା ପରେ ପୁଲିସ ତାକୁ ଆଧାର କରି ସଘନ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅନ୍ୟମାନେ ଧରାପଡ଼ିବା ସହ ଏହି ରାକେଟର ପର୍ଦାଫାଶ ହୋଇଥିଲା। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଭେଡ଼େନ୍ ଥାାନାଞ୍ଚଳର ଜଣେ ଓ ଧମା ଥାନାଞ୍ଚଳର ଜଣେ ଯୁବକ ଏହି ଚୋର ଦଳରୁ ଶସ୍ତାରେ ବାଇକ କିଣିଥିଲେ। ଏହି ଚୋର ଦଳର ସଦସ୍ୟମାନେ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତ ଅଛନ୍ତି ନା ନାହିଁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏନେଇ ଆଜି ସନ୍ଧ୍ୟ​‌ାରେ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇଛି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories