mission shakti banner

ସୃଜନଶୀଳ ସାହିତ୍ୟ ପତ୍ରିକା ‘ବିଭାବନା’ର ବିଷୁବ ସଂଖ୍ୟା ଉନ୍ମୋଚିତ

nua o banner

ଢେଙ୍କାନାଳ ସଦର: ସୃଜନଶୀଳ ସାହିତ୍ୟ ପତ୍ରିକା ‘ବିଭାବନା’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ରେଣୁବାଳା ସ୍ମୃତି ସଂସଦ ଓ ବିଭାବନା ତରଫରୁ ସ୍ଥାନୀୟ ଲେଖକ ଭବନ ଠାରେ କବି ବାହାଦୂର ପାଟ୍ଟସାହାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଣୁବାଳା ସ୍ମୃତି ସଂସଦର ସଭାନେତ୍ରୀ ତଥା ବିଭାବନାର ମୁଖ୍ୟ ସଂପାଦିକା ସଂଯୁକ୍ତା ମିଶ୍ର, ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଡଃ ପ୍ରଫୁଲ୍ଲ କୁମାର ପାଣି, ସମ୍ମାନୀୟ ଅତିଥି ଭାବେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ ସାହିତ୍ୟ ପତ୍ରପତ୍ରିକାର ସମାଜ ପ୍ରତି ଅବଦାନ ବିଷୟରେ ଆଲୋକପାତ କରିବା ସହ ‘ବିଭାବନା’ ସାହିତ୍ୟ ପତ୍ରିକାର ବିଷୁବ ସଂଖ୍ୟାକୁ ଉନ୍ମୋଚନ କରିଥିଲେ।

ଏହି ସଭାରେ ମମତା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ବିଭାବନାର ସଂପାଦକ ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ଅତିଥି ପରିଚୟ ସୁରେନ୍ଦ୍ର କୁମାର ପୃଷ୍ଟି ପ୍ରଦାନ କରିଥିବାବେଳେ ସମ୍ବର୍ଦ୍ଧନା ପର୍ବରେ ବିଭାବନା ସାରସ୍ୱତ ସମାଜ ଅଖିଳ କୁମାର ପୃଷ୍ଟି, ବିଭାବନା କବିତା ସମ୍ମାନ ହେମନ୍ତ କୁମାର ମହାରଣା, ରେଣୁବାଳା ସ୍ମୃତି ସମ୍ମାନ, ସସ୍ମିତା ଦାସଙ୍କୁ ପ୍ରଦାନ କରାଯାଇଥିଲା । ଏହି ସଭାରେ ପ୍ରାଥମିକ ଅଧିବେଶନରେ କବି ବସନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ, ସିପୁନ୍ ଜେନା, ନିବେଦିତା ରଥ, ରଶ୍ମିତା ରାଉତଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ ରବିନ୍ଦ୍ରନାଥ ସାହୁ, ହେମନ୍ତ କୁମାର ନାୟକ, ସୁକାନ୍ତି ସାହୁ, ମିନତୀ ମିଶ୍ର, ବୈଜୟନ୍ତୀ ପଟ୍ଟନାୟକ, ବିପିନ ବିହାରୀ ଶତପଥି, ଶଂକର୍ଷଣ ଶତପଥି, ଗୋଲକ ବିହାରୀ ବେହେରା, ସାଇ ନିମଳୀ ପୃଷ୍ଟି ଓ ରାଧାନାଥ ରଥଙ୍କ ସହ ସତୁରିଜଣ କବି କବିତା ପାଠ କରିଥିବାବେଳେ ବୈକୁଣ୍ଠ ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.