ଅଇଁଠାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ପକ୍ଷ

ସମ୍ବଲପୁର: ଅଇଁଠାପାଲି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଦିଲୀପ କୁମାର ନନ୍ଦଙ୍କ ପରିଚାଳନାରେ ୩୦ ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ କର୍ମଚାରୀ, ଆଶା ଓ ସ୍ୱେଚ୍ଛାସେବୀ ମାନେ ଭାଗ ନେଇଥିଲେ। ପ୍ରଥମେ ଡାକ୍ତରଖାନାରେ ସ୍ୱଚ୍ଛତା ପକ୍ଷ ଉପରେ ଏକ ଆଲୋଚନା ଚକ୍ର ଡା. ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ସ୍ୱଚ୍ଛତା ଅଭିଯାନ ପ୍ରଥମେ ନିଜ ଘରୁ ଆରମ୍ଭ କରି ନିଜେ ସଫାସୁତୁରା ରହି ଅନ୍ୟକୁ ସଫସୁତୁରା ର ଉପକାରିତା ଉପରେ ବୁଝାଇବା ଏହାର ଲକ୍ଷ୍ୟ ବୋଲି ଡା. ସାହୁ କହିଥିଲେ। ଡାକ୍ତରଖାନାର ସମସ୍ତ କର୍ମଚାରୀ ଓ ଡାକ୍ତର ମାନେ ପରିସରକୁ ସଫେଇ କରିଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ବିଜୟ ବନଛୋର, ସୌଭାଗ୍ୟ ପାତ୍ର, ଗୌରାଙ୍ଗ ପ୍ରଧାନ, ଯାଜ୍ଞସେନୀ ସାହୁ, ପ୍ରିତିମଞ୍ଜରୀ ସାହୁ, ସିରେନ୍ଦ୍ରୀ ବାରଲା, ଜଗଦିଶ ଅଦାବର, ନବୀନ ବେହେରା, ପ୍ରଣତି ପୃଷେଠ, ସ୍ନେହା ଗଡ଼ନାୟକ, ଅନୀତା ଷଣ୍ଢ, ବସନ୍ତ ମେହେର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Comments are closed.