ମା’ ସମଲେଶ୍ୱରୀ ପୀଠରେ ମାଦକ ଦ୍ରବ୍ୟ ନିଷେଧ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ୧୪ ତାରିଖ ରବିବାର ଠାରୁ ରୋକ ଲଗାଯାଇଛି। ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ଠାରୁ ପରିସର ମଧ୍ୟରେ ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ରୋକ ଲଗାଯିବା ସହିତ ଅମାନିଆ ମାନଙ୍କ ବିରୋଧରେ ଆର୍ଥିକ ଦଣ୍ଡର ବ୍ୟବସ୍ଥା ଲାଗୁ କରିବ ଟ୍ରଷ୍ଟ ବୋର୍ଡ ବୋଲି ସୂଚନା ଦିଆଯାଇଛି। ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ମାଁ ଙ୍କ ମନ୍ଦିର ପରିସରର ପବିତ୍ରତା ଓ ପରିଚ୍ଛନ୍ନତା ରଖିବା ସମସ୍ତ ଜନତା ଓ ଭକ୍ତ ମାନଙ୍କର ଦାୟିତ୍ୱ ଅଟେ। ଏଣୁ ଆସନ୍ତା କାଲି ଠାରୁ ଏହି ନିୟମକୁ କଡାକଡି ଭାବରେ ପାଳନ କରାଯିବା ସହିତ ସୁରକ୍ଷା କର୍ମୀ ମାନଙ୍କ ପକ୍ଷରୁ କଡା ଯାଞ୍ଚ ସହିତ ସିସିଟିଭି ମାଧ୍ୟମରେ ମଧ୍ୟ ତଦାରଖ କରାଯିବ। କୌଣସି ଭକ୍ତ କିମ୍ବା ଜନତା ନିୟମକୁ ଉଲ୍ଲଂଘନ କରିବା ଜଣାପଡ଼ିଲେ, ୫୦୦ ଟଙ୍କା ଜରିମାନା ଆଦାୟ କରାଯିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ବାବୁ ସୂଚନା ଦେଇଛନ୍ତି। ମନ୍ଦିର ଟ୍ରଷ୍ଟ ବୋର୍ଡର ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ଜନତା ସ୍ୱାଗତ କରୁଛନ୍ତି।

Comments are closed.