ରାସ୍ତା ଅବରୋଧ ସମ୍ପର୍କରେ ଅଭିଯୋଗ ପରେ କାର୍ଯ୍ୟ ବନ୍ଦ କଲା ପ୍ରଶାସନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ରାସ୍ତା ଅବରୋଧ ସମ୍ପର୍କରେ ତହସିଲଦାରଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ସେହି ଘଟଣାରେ ଆଜି ରାଜସ୍ୱ ପର୍ଯ୍ୟବେକ୍ଷକ ଅନୀଲ ପ୍ରଧାନ ଓ ସହାୟକ ରାଜସ୍ୱ ନିରୀକ୍ଷକ ଅନୁପ ମାର୍ଥା ସେହି ଅଂଚଳ ଗସ୍ତ କରି ରାସ୍ତାରେ ଘର କରୁଥିବା ଖଗ ମହାନନ୍ଦିଆଙ୍କୁ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ କହି କାର୍ଯ୍ୟ ବନ୍ଦ କରାଇଥିବା ଜଣାପଡ଼ିଛି। ପୂର୍ବ ପୁରୁଷରୁ ସରକାରୀ ଜମି ଦେଇ ଲୋକମାନେ ମୁଖ୍ୟ ରାସ୍ତା, ବିଦ୍ୟାଳୟ, ନଦୀ ଓ ଗାଈଗୋରୁ ଚରାଇବା ପାଇଁ ନିଆଯାଉଥିଲା। ରାସ୍ତା ଅବରୋଧ କରି ସେହି ରାସ୍ତା ଉପରେ ମହାନନ୍ଦିଆ ଝଲକରାଇ ଘର ତିଆରି କରିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ରାସ୍ତା ଉପରେ ଘର ନିର୍ମାଣ ନ କରିବାକୁ ଗ୍ରାମବାସୀ କହିଥିଲେ ମଧ୍ୟ ସେ ଲୋକଙ୍କ କଥାକୁ ନ ମାନି କାର୍ଯ୍ୟ କରୁଥିଲେ।

Comments are closed.