www.samajalive.in
Sunday, December 14, 2025
19.1 C
Bhubaneswar

ରକ୍ତସ୍ରାବ ବନ୍ଦ କରିବାରେ ହେମୋସ୍ପ୍ରେ ବ୍ୟବହାର, କିମ୍‍ସ ଦ୍ୱିତୀୟ

ସମାଜ: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ୍‍ ବ୍ଲିଡ଼ିଂ (ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି। ହେମୋସ୍ପ୍ରେ ବ୍ୟବହାର କରିବାରେ କିମ୍‍ସ ହେଉଛି ଭାରତର ଦ୍ୱିତୀୟ ଡାକ୍ତରଖାନା। ଜଣେ ରୋଗୀ ଅସ୍ତ୍ରୋପଚାର ପରେ ନିମ୍ନ ଜିଆଇ ବ୍ଲିଡ଼ିଂର ଶିକାର ହୋଇଥିଲେ। ତୁରନ୍ତ ବ୍ଲିଡ଼ିଂ ବନ୍ଦ କରିବା ନିମନ୍ତେ କିମ୍‍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗର ଡ଼ାକ୍ତରମାନେ ହେମୋସ୍ପ୍ରେ ପାଉଡ଼ର ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥିଲେ। ରୋଗୀଙ୍କଠାରେ ଏଣ୍ଡୋସ୍କୋପିକ୍‍ ହେମୋସ୍ପ୍ରେ ବ୍ୟବହାର କରାଯାଇଥିଲା ଏବଂ ବ୍ଲିଡ଼ିଂକୁ ତୁରନ୍ତ ବନ୍ଦ କରିବାରେ ସଫଳ ହୋଇଥିଲା। ଜରୁରୀକାଳୀନ ସ୍ଥିତିରେ ହେମୋସ୍ପ୍ରେ ପାଉଡ଼ର ବେଶ୍‍ ସହାୟକ ହୋଇଥାଏ, ଯେଉଁଠାରେ ଥେରାପେଟିକ୍‍ ଏଣ୍ଡୋସ୍କୋପିଷ୍ଟ ତୁରନ୍ତ ଶରୀର ଭିତରେ ଜିଆଇ ବ୍ଲିଡ଼ିଂ ବନ୍ଦ କରିବାରେ ସକ୍ଷମ ହୋଇଥାଏ ଏବଂ ରୋଗୀର ଜୀବନ ରକ୍ଷା କରିବାରେ ସହାୟକ ହୋଇଥାଏ। ହେମୋସ୍ପ୍ରେ ବ୍ୟବହାର ଦ୍ୱାରା ମାତ୍ର ୧୦ମିନିଟ୍‍ ମଧ୍ୟରେ ଜିଆଇ ବ୍ଲିଡିଂକୁ ବନ୍ଦ କରାଯାଇପାରିବ। ଜିଆଇ ବ୍ଲିଡ଼ିଂ ଚିକିତ୍ସା କ୍ଷେତ୍ରରେ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ପାଇଁ ଏହା ଫଳପ୍ରଦ ହୋଇଛି ବୋଲି କିମ୍‌ସ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଏହି ନୂତନ ପଦ୍ଧତିକୁ ସଫଳତାର ଆପଣାଇ ଥିବାରୁ କିମ୍‍ସର ଡ଼ାକ୍ତର ଓ ବିଶେଷଜ୍ଞମାନଙ୍କୁ କିଟ୍‍, କିସ୍‍ ଓ କିମ୍‍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, କିମ୍‍ସର ଏକାଡ଼େମିକ୍‍ ଚେୟାରମ୍ୟାନ୍‍ ପ୍ରଫେସର ୱାଇ.କେ.ଚାୱଲା, ପ୍ରଫେସର ଏମେରିଟସ ଏ.ସି. ଆନନ୍ଦଙ୍କ ଭଳି ଖ୍ୟାତିସମ୍ପନ୍ନ ଡ଼ାକ୍ତରଙ୍କ ମାର୍ଗଦର୍ଶନ ଓ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁଙ୍କ ନେତୃତ୍ୱରେ କିମ୍‍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି ବିଭାଗ ରୋଗୀ ସେବା ଯୋଗାଇ ଦେଇଆସୁଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories