ହାଇୱା ଓ କାର ଦୁର୍ଘଟଣା, ଆରୋହୀ ସୁରକ୍ଷିତ

ସମ୍ବଲପୁର: ସ୍ଥାନୀୟ ସାହାସପୁର ଛକ ଠାରେ ରବିବାର ହାଇୱା ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ପ୍ରାପ୍ତ ସୂଚନାନୂଯାୟୀ, ଏହି ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଚୁରମାର ହୋଇଥିବା ବେଳେ କାରରେ ଥିବା ସୁରକ୍ଷା ବେଲୁନ ଓ ସିଟ ବେଲ୍ଟ ଯୋଗୁଁ ଆରୋହୀ ମାନେ ସୁରକ୍ଷିତ ରହିଥିବାର ଜଣାପଡ଼ିଛି। ଦୁର୍ଘଟଣା ପରେ ଧମା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.