ଅସହାୟ ଭାଇ ଭଉଣୀଙ୍କୁ ସାକ୍ଷାତ କଲେ ବରିଷ୍ଠ ଆଇନଜୀବି

ଫୁଲବାଣୀ: ଫୁଲବାଣୀ ବାର ଆସୋସିଏସନର ସଭାପତି ଭଗବାନ ମହାନ୍ତି ଶୁକ୍ରବାର ଦାରିଙ୍ଗବାଡି ବ୍ଲକ ସିକବାଡି ଗାଁରେ ପହଞ୍ଚି ବାପା ମାଆ ଛେଉଣ୍ଡ ୫ ଭାଇ ଭଉଣୀଙ୍କୁ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି। ପିଲାମାନେ ଅସୁବିଧାରେ ଦିନ କାଟୁଥିବା ଜାଣି ସେମାନଙ୍କୁ କିଭଳି ପ୍ରଶାସନ ସହାୟତାରେ ଥଇଥାନ କରାଯିବ ସେ ନେଇ ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଏ ନେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏହା ସହ ଭାଇ ଭଉଣୀଙ୍କ ଚଳିବା ଲାଗି ବ୍ୟକ୍ତିଗତ ଭାବେ ୪ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ପରିସ୍ଥିତିରେ ଗାଁ ଯାଇ ଭାଇ ଭଉଣୀଙ୍କ ଦୁଃଖ ବୁଝି ସାହାଯ୍ୟର ହାତ ବଢ଼ାଇଥିବା ନେଇ ବଡ଼ ଭଉଣୀ ଚୁମୁକି ମାଝୀ ଓ ଗ୍ରାମବାସୀ ଶ୍ରୀ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.