ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ହୋତାଙ୍କ (୪୯) ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ୨୦୦୮ ମସିହାରୁ ସେ ଗଣିତ ଶିକ୍ଷୟିତ୍ରୀ ଭାବରେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ଗତ ଶନିବାର ସନ୍ଧ୍ୟାରେ ନିଜ ଏକମାତ୍ର ଝିଅ ମିଲ୍କି ସହ ବୁଲିବାକୁ ବାହାରିଥିଲେ, ରାସ୍ତାରେ ଏକ ଦୁର୍ବୃତ୍ତ ପଛପଟୁ ତାଙ୍କ ବେକରେ ଥିବା ସୁନା ଚେନଟିକୁ ଟାଣି ଫେରାର ମାରିଥିଲା। କିନ୍ତୁ ସ୍ଵର୍ଣ୍ଣଲତା ସେଠାରେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ମସ୍ତିଷ୍କରେ ଆଘାତ ଲାଗି ଥିବାରୁ ସେ କୋମାକୁ ଚାଲି ଯାଇଥିଲେ। ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.