www.samajalive.in
Monday, December 8, 2025
13.1 C
Bhubaneswar

ନିର୍ବାଚନୀ ଇସ୍ତାହାରରେ ସୀମିତ କେନ୍ଦୁଝରରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା

କେନ୍ଦୁଝରଗଡ଼଼: ଇସ୍ପାତ କାରଖାନା ପାଇଁ ଆବଶ୍ୟକ କଞ୍ଚାମାଲ ଲୁହାପଥର ଦେଶର ୩୪ ପ୍ରତିଶତ କେବଳ କେନ୍ଦୁଝର ଜିଲାରେ ଗଛିତ ଅଛି। ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପରଠାରୁ ରାଜ୍ୟର ଦ୍ୱିତୀୟ ବୃହତ୍‌‌ ଇସ୍ପାତ କାରଖାନା କେନ୍ଦୁଝରରେ ପ୍ରତିଷ୍ଠା ନେଇ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଏହା କେବଳ ନିର୍ବାଚନୀ ଇସ୍ତାହାରରେ ଏହା ସୀମିତ ରହିଛି।

ରାଜ୍ୟ ଓ କେନ୍ଦ୍ର ରାଜକୋଷକୁ ସର୍ବଧିକ ରାଜସ୍ୱ ପ୍ରଦାନ କରିଆସୁଥିବା ଖଣି ବହୁଳ କେନ୍ଦୁଝର ଜିଲାରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ, ଜୁଡିଆ ଠାରେ କୃଷି ବିଶ୍ୱ ବିଦ୍ୟାଳୟ ଏବଂ ଆନନ୍ଦପୁର ଓ ଚମ୍ପୁଆକୁ ରେଳ ସଂଯୋଗ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି କେନ୍ଦୁଝର ପକ୍ଷରୁ ୯ ଫେବୃୟାରୀ ୨୦୧୫ରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ଆନ୍ଦୋଳନର ୫୯ଦିନ ପରେ ତତ୍‌‌କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆନ୍ଦୋଳନ ମଞ୍ଚରେ ଉପସ୍ଥିତ ହୋଇ ଜିଲାରେ ସରକାରୀ ମେଡିକାଲ ସ୍ଥାପନ ଖୁବ୍‌‌ ଶିଘ୍ର ସ୍ଥାପନ ପ୍ରତିଶ୍ରୁତି ପରେ ସେହିବର୍ଷ ନଭେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ସ୍ଥାପନ ସହ ତୁରନ୍ତ ଜିଲାରେ ଏକ ବୃହତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ମଧ୍ୟ କରିଥିଲେ। ଇତିମଧ୍ୟରେ କେନ୍ଦୁଝରରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଧରଣୀଧର ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ଆଣି ଦେଇଛି। ତେବେ ଜିଲାବାସୀଙ୍କୁ ନିଯୁକ୍ତି ସୁଯୋଗ ସହ ଆର୍ଥୀକ, ସାମାଜିକ ଓ ସାଂସ୍କୃତିକ ଉନ୍ନତି ଆଣିବାକୁ ହେଲେ ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଜିଲାବାସୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ରହିଯାଇଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଆସୁଛି।

- Advertisement -

କେନ୍ଦୁଝର ଜିଲାରେ ୭୯୨୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୩ ନିୟୁତ ଟନ୍‌‌ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୬ ଜୁଲାଇ ୨୦୨୧ରେ ଘୋଷଣା କରିବା ୨ଦିନ ପରେ ଅର୍ଥାତ ୯ତାରିଖ ସନ୍ଧ୍ୟାରେ ମହାମାରୀ କରୋନା କଟକଣା ସତ୍ତ୍ବେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଦରବାରହଲଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜିଲାର ନିର୍ବାଚିତ ଶାସକ ବିଜେଡି ଦଳର ସାଂସଦ ଓ ବିଧାୟକ, ଜିଲାପରିଷଦ ସଭାପତି, ଚମ୍ପୁଆର ଦୁଇ ପୂର୍ବତନ ବିଧାୟକ ଏବଂ କେନ୍ଦୁଝର ନାଗରିକ ମଞ୍ଚ ସଭାପତି ଓ ଜିଲା ବଣିକ ସଂଘ ସଭାପତି ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ମଧ୍ୟ ପ୍ରଦାନ କଲେ। ଧନ୍ୟବାଦ ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କ ସହଯୋଗ ରହିଲେ ଖୁବ୍‌‌ ଶିଘ୍ର କେନ୍ଦୁଝରରେ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ ସହ ଜିଲାରେ ଏକ ସେବିକା ମହାବିଦ୍ୟାଳୟ ଓ ପରିବେଶୀୟ ପର୍ଯ୍ୟଟନକେନ୍ଦ୍ର କାର୍ଯ୍ୟକ୍ଷମ ନେଇ ମଧ୍ୟ ଘୋଷଣା କରିଥିଲେ। ଚୁକ୍ତି ସ୍ୱାକ୍ଷର ହେବା ଇତିମଧ୍ୟରେ ୩ବର୍ଷ ବିତିବାକୁ ବସିଥିବା ବେଳେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନେଇ ସାମାନ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ହୋଇନପାରିବା ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଯେ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ସୀମିତ ତାହା ଆଉ ଜିଲାବାସୀଙ୍କୁ ଅଛପା ହୋଇରହିନାହିଁ।

ଅତୀତରେ ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆର୍ସେଲର ମିତ୍ତଲ, ଷ୍ଟେରଲାଇଟ ଓ ଉତ୍ତମଗାଲଭା ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର କରି ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ସହ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଜମି ଅଧିଗ୍ରହଣ ନିମନ୍ତେ ଉତ୍ତମଗାଲଭା ଓ ଷ୍ଟେରଲାଇଟ୍‌‌ କମ୍ପାନୀ ପକ୍ଷରୁ ୩ଟି ଗ୍ରାମ ପାଇଁ ୬(କ) ଘୋଷଣାନାମା ମଧ୍ୟ ପ୍ରକାଶ ପାଇସାରିଥିଲା। ଏହାସତ୍ତ୍ବେ ଜିଲାରେ ଏହି ୩ ବୃହତ୍‌‌ ପ୍ରକଳ୍ପ ପ୍ରତିଷ୍ଠା ନେଇ ସରକାରୀସ୍ତରରେ ଆନ୍ତରିକତା ପ୍ରକାଶ ନପାଇବାରୁ ଶେଷରେ ଏହି ୩ ପ୍ରମୁଖ କମ୍ପାନୀ ପ୍ରକଳ୍ପ ପ୍ରତିଷ୍ଠାରୁ ଓହରିଯିବା ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବକୁ ପ୍ରମାଣିତ କରିଥିଲା। ଏପରିକି ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଜିଲାର ମାଟକାମବେଡା ଠାରେ ଗଢ଼ି ଉଠିଥିବା ଜିଲାର ପ୍ରଥମ ଇସ୍ପାତ ଶିଳ୍ପ କଳିଙ୍ଗ ଆଇରନ ୱାର୍କସ୍‌‌ ବନ୍ଦ ପଡ଼ିବା ଯୋଗୁଁ ଶହ ଶହ ପରିବାର କାମଧନ୍ଦା ହରାଇ ଆଜିବି ଭୋକ ଉପାସରେ ଜୀବନ ବିତାଉଛନ୍ତି। ସୂଚନାଯୋଗ୍ୟ ଯେ, ଆର୍ସେଲର ମିତ୍ତଲ, ଜେଏସ୍‌‌ଡବ୍ଲ୍ୟୁ. ଜେଏସ୍‌‌ପିଏଲ, ଆଦିତ୍ୟ ବିର୍ଲା, ରୁଙ୍ଗଟା ଭଳି ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ କେନ୍ଦୁଝର ଜିଲାରେ ଲୌହ ଖଣି ହାତେଇ ଜିଲା ଓ ରାଜ୍ୟ ବାହାରେ ବୃହତ୍‌‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରି ସେମାନଙ୍କର ବ୍ୟାବସାୟିକ ସାମ୍ରାଜ୍ୟ ଅଭିବୃଦ୍ଧି କରିବାରେ ବେଶ୍‌‌ ସକ୍ଷମ ହୋଇଛନ୍ତି।

୬ ଜୁଲାଇ ୨୦୨୧ରେ କେନ୍ଦୁଝରରେ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଘୋଷଣାର ୨ଦିନ ପରେ ୯ ଜୁଲାଇରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଦରବାରହଲଠାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ ଅବସରରେ ଜିଲାର ଲୋକସଭା ସଦସ୍ୟା, ବିଧାୟକଗଣ, ଚମ୍ପୁଆର ଦୁଇ ପୂର୍ବତନ ବିଧାୟକ ଓ ତତ୍‌‌କାଳୀନ ଜିଲାପରିଷଦ ଅଧ୍ୟକ୍ଷା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories