ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା : ସ୍ଥିତି ଅନୁଧ୍ୟାନ ପାଇଁ ଗଲେ ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍

ସମ୍ବଲପୁର : ହୀରାକୁଦରେ ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୩୧ଜଣ ଆହତ ହୋଇଥିବା ସୂଚନା ମିଳିଛି। କିଛି ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝାଡ଼ାବାନ୍ତି କବ୍‌ଜାରେ ହୀରାକୁଦ ସହରର କାଳୁପଡ଼ା, ଗୁରୁସଦ୍ୱାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, ନିୟୁ ମାର୍କେଟ କଲୋନୀ ପ୍ରମୁଖ ପଡ଼ା ରହିଛି। ଦେଖିବାକୁ ଗଲେ ଏବେ ପ୍ରତି ପଡ଼ାରେ ପ୍ରତିଦିନ କେହି ନା କେହି ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଉଛି ତ ଆଉ କାହାକୁ ମେଡ଼ିକାଲ୍‌ରେ ଚିକିତ୍ସା କରାଯାଉଛି। ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଆଶଙ୍କା କରାଯାଉିଥିବା ବେଳେ ଏହାର କାରଣ ଖୋଜିବାକୁ ସମ୍ବଲପୁର ଗସ୍ତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ୍ । ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାଣିର ନମୁନା ସଂଗ୍ରହ କରି ତଦନ୍ତ କରିବ । ଏହାପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।

kalyan agarbati

Comments are closed.