ସର୍ପେଶ୍ୱରରୁ କଖଡି ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ

ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ କଟକିଆ ସାହି ପଞ୍ଚାୟତର ବାଉଁଶଦଣ୍ଡା ଠାରୁ ସର୍ପେଶ୍ୱର ଦେଇ କଖଡି ପର୍ଯ୍ୟନ୍ତ ପ୍ରାୟ ୬.୩୬କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ତ୍ତବିଭାଗ ଦ୍ୱାରା କରାଯିବାକୁ ଥିବା ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ୧୦କୋଟି ୫୨ଲକ୍ଷ ୨୮୨୬୪ଟଙ୍କା ବ୍ୟୟରେ ୬.୩୬କିମି ଦୈର୍ଘ୍ୟର ରାସ୍ତାଟି ୨ଥାକିଆ ହେବ ଏବଂ ଏହା ଦ୍ୱାରା ଲୋକମାନେ ଗମନାଗମନର ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଗମନାଗମନର ଉନ୍ନତିକରଣ ଦ୍ୱାରା ଅଞ୍ଚଳର ବିକାଶ ଗତିଶୀଳ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ, କଟକିଆସାହି ସରପଞ୍ଚ ମାନସୀ ରାଉତ, ସମିତିସଭ୍ୟ ପ୍ରତିମା ପ୍ରଧାନ, ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ, ସମିତିସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, କଖଡି ସରପଞ୍ଚ କଳ୍ପନା ଛତାର ଓ ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦାନ କରିଥିଲେ। ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.