ବୌଦ୍ଧ ମହାନଦୀ ଆଳତୀରେ କୁନି ପ୍ରବଚକ କେଶବ ଦାସ

ବୌଦ୍ଧ: ମାଘ ପୂର୍ଣ୍ଣିମା ଅବସରରେ ମହାନଦୀ ଆଳତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁନି ପ୍ରବଚକ କେଶବ ଦାସ ଯୋଗ ଦେଇ ଆଳତୀ କରିଥିଲେ। ପୂଜକ ମିନୁପ୍ରସାଦ ମିଶ୍ର ଓ କର୍ତ୍ତଭାବେ ସୂର୍ଯ୍ୟେନ୍ଦ୍ର ଶତପଥି ପୂଜା ଧ୍ବଜା କରିଥିଲେ। ଭଜନ କୀର୍ତ୍ତନ ମାଧ୍ୟମରେ ଭବ୍ୟ ଆଳତୀ ଶତାଧିକ ଭକ୍ତ ମହାନଦୀକୁ ପ୍ରଦାନ କରିଥିଲେ। ବ୍ରହ୍ମଚାରୀ ଆଦିତ୍ୟ ଦାସ, ତୃପ୍ତିରଞ୍ଜନ ଦାନୀ, ସୂର୍ଯ୍ୟନାରାୟଣ ପଣ୍ଡା, ସୌମ୍ୟରଞ୍ଜନ ପୁରୋହିତ ପ୍ରମୁଖ ପରିଚାଳନା କରିଥିଲେ। କୁନି ପ୍ରବଚକଙ୍କୁ ମହାନଦୀ ଆଳତୀ ଘାଟରୁ ନଗର କୀର୍ତ୍ତନ କରି ରାମେଶ୍ୱର ମନ୍ଦିରକୁ ଅଣାଯାଇଥିଲା। ରାମେଶ୍ୱର ମନ୍ଦିରରେ ସୁନ୍ଦରକାଣ୍ଡ ପାରାୟଣ ଓ ରାମାୟଣ ପାରାୟଣ କମିଟି, ମାଳିସାହି ତରଫରୁ ପାଞ୍ଚ ଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ପୂଜକ ଦତ୍ତାତ୍ରୟ ମିଶ୍ର ନୀତିକାନ୍ତି କରିଥିବା ବେଳେ କର୍ତ୍ତାଭାବେ ପ୍ରତାପ କୁମାର ସାହୁ ପତ୍ନୀ ନମ୍ବ୍ରତା ସାହୁ ଦାୟିତ୍ୱ ନିର୍ବାହ କରିଥିଲେ। ଗାୟକ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ସୁନ୍ଦରାକାଣ୍ଡ ପାଠ କରିଥିଲେ। ପ୍ରାର୍ଥନା ଚ୍ୟାନେଲର ଧାରାବାହିକ ରାଜ୍ୟର ପ୍ରତିଷ୍ଠିତ କୁନି ପ୍ରବଚକ କେଶବ ଦାସ ଦ୍ବିତିକୃଷ୍ଣ ପ୍ରବଚନ ପ୍ରଦାନ କରିଥିଲେ।

Comments are closed.