ଛତ୍ରପୁର ଏନଏସିକୁ ମୁନିସିପାଲଟି ମାନ୍ୟତା

ଛତ୍ରପୁର: ବହୁ ବର୍ଷ ପ୍ରତିକ୍ଷାର ଅନ୍ତ ଘଟି ଛତ୍ରପୁର ଏନଏସିକୁ ମୁନିସିପାଲଟି ମାନ୍ୟତା ମିଳିଛି। ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ଏନଏସି ୧୯୫୫ ମସିହାରେ ଗଠିତ ହୋଇଥିଲା। କିନ୍ତୁ ଏହି ପୁରାତନ ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିନଥିବା ନେଇ ବହୁବାର ଦାବୀ ହୋଇ ଆସୁଥିଲା। ଶେଷରେ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ଘୋଷଣା କରାଯାଇଛି। ଛତ୍ରପୁର ଅଚଂଳର ପାଇଁ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ଜନସାଧାରଣ ମାନେ କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ସହରବାସୀ। ଏନେଇ ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ନେତୃତ୍ୱରେ ସହରାବାସୀ ଓ କାଉନସିଲମାନେ ଏନଏସି ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ବସଷ୍ଟାଣ୍ଡନିକଟରେ ପହଂଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ବାଣ ଫୁଟାଇ ମିଠା ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା।

Comments are closed.