ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ବଜାର ଅଞ୍ଚଳରେ ଗୋଟିଏ ରାତିରେ ୫ଟି ଦୋକାନରୁ ଚୋର ମାନେ ସିରିଜ ଚୋରି କରି ଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ରଣ୍ଢା ପଞ୍ଚମା ରୋଡରେ ଥିବା ସୁକାନ୍ତ ଦାସଙ୍କ ପାନ ଓ ଗ୍ରୋସରୀ ଦୋକାନ ସମେତ, ପ୍ରମୋଦ ସାହୁର ଗ୍ରୋସରୀ ଦୋକାନ, ରବି ଡାକୁଆଙ୍କ ଘରୁ, ମିଟୁ ସାମନ୍ତରାୟଙ୍କ ନେସଲେ କମ୍ପାନୀର ଗୋଦାମ ଘର ସହ ପ୍ରଶାନ୍ତ ପଣ୍ଡାଙ୍କ ଘରୁ ଚୋରି ଯାଇଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସୁକାନ୍ତ ଦାସଙ୍କ ପାନ ଦୋକାନରୁ ତାଲା ଭାଙ୍ଗି ୫ ହଜାର ଟଙ୍କା, ପ୍ରମୋଦ ସାହୁ ଗ୍ରୋସରୀ ଦୋକାନର ୫ଟା ତାଲା ଭାଙ୍ଗି ବା ସହ ସିସିଟିଭିକୁ ଭାଙ୍ଗି ଦେଇଥିଲେ ସୁଦ୍ଧା ଚୋରି କରିବାରେ ସକ୍ଷମ ହୋଇ ନଥିଲେ। ଗୋଳନ୍ଥରା ଥାନା ଇଲାକାରେ ଗତ କିଛି ମାସ ହେବ ଚୋରି ଘଟଣା ବଢି ଚାଲିଥିବା ବେଳେ ଥାନାରେ ଗତ ୯ ତାରିଖରେ ଏଠାରେ ଆଇଆଇସି ଦାୟିତ୍ଵରେ ଥିବା ବିବେକାନନ୍ଦ ମହନ୍ତଙ୍କ ଇତି ମଧ୍ୟରେ ବୌଦ୍ଧ ଜିଲ୍ଲାକୁ ଟ୍ରାନସଫର ହୋଇ ଯାଇଥିବା ବେଳେ ଆଜି ଯାଏଁ କୌଣସି ଥାନା ଅଧିକାରୀଙ୍କୁ ଏଠାରେ ଦାୟିତ୍ଵ ପ୍ରଦାନ କରାଯାଇନାହିଁ। ଏ ନେଇ ରଣ୍ଢା ବ୍ୟବସାୟୀ ସଂଘ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି କରିବା ସାଙ୍ଗକୁ ହୋମଗାର୍ଡ ବ୍ୟବସ୍ଥା କରିବା ପାଇଁ ନିବେଦନ କରାଯାଇଛି।

Comments are closed.