ଭବ୍ୟକଳସ ଶୋଭାଯାତ୍ରା ଅନୁଷ୍ଠିତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଗୋପୀନାଥ ମନ୍ଦିର ପରିସର ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ନିମନ୍ତେ ଭବ୍ୟକଳସ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହେଇଯାଇଛି। ଶନିବାର ସନ୍ଧ୍ୟା ସାଢେ ୪ଟା ସମୟରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି, ଲାଞ୍ଜିଗଡ଼ ଗ୍ରାମବାସୀ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ମାନେ ସାମିଲ ହୋଇ ସଂକୀର୍ତନ ମଣ୍ଡଳୀ ସହିତ ବଂଶଧାରା ନଦୀରୁ ଭବ୍ୟ କଳସରେ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରାରେ ଜଳ କଳସ ଆଣି ଗୋପୀନାଥ ମନ୍ଦିରରେ ପହଞ୍ଚି ଷୋହଳ ପ୍ରହର ନାମଯଜ୍ଞ ସ୍ଥଳରେ କଳସ ଗୁଡିକ ସ୍ଥାପନ କରିଥିଲେ। ଏହି ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ। ଶନିବାର ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା।

Comments are closed.