www.samajalive.in
Sunday, December 7, 2025
18.1 C
Bhubaneswar

ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ପାଳନ

ପିପିଲି: ସମଗ୍ର ଶିକ୍ଷା, ପୁରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ବ୍ଲକ ଗୋବିନ୍ଦପୁର କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସପ୍ତାହ ଶନିବାର ଉଦ୍‌‌ଯାପିତ ହୋଇଯାଇଛି। ଗୋବିନ୍ଦପୁର କ୍ଲଷ୍ଟର ସିଆର୍‌‌ସିସି ଚିନ୍ତାମଣୀ ଓଝାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାକ୍ଷରତା, ସଂଖ୍ୟା ଜ୍ଞାନ, ଗପ କହିବା ଆଦି ବିଷୟରେ ଦୁଇ ଦିନ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆକର୍ଷଣୀୟ ଓ ଅଭିନବ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ଖେଳ ପଦ୍ଧତିରେ ଶିକ୍ଷାଦାନ କରାଇଥିଲେ। ଏଫଏଲ୍‌‌ଏନ୍‌‌ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଛୋଟ ଛୋଟ ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ ପର୍ଯ୍ୟାପ୍ତ ଶିକ୍ଷଣ ସାମଗ୍ରୀ ଦେଇ ଖେଳ ଓ ଅଭିନୟ ମାଧ୍ୟମରେ ଶିକ୍ଷାଦାନ କରିବା ଦ୍ୱାରା ପାଠପଢ଼ା ଆନନ୍ଦଦାୟକ ହେବା ସହ ପାଠ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories