www.samajalive.in
Wednesday, December 10, 2025
17.1 C
Bhubaneswar

ଜଣେ ବୁଣୁଛି ମଞ୍ଜି, ଫସଲ କାଟୁଛି ଆଉ ଜଣେ

ପିପିଲି: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ପଞ୍ଚାୟତର ବରାଙ୍ଗ ଗ୍ରାମର ୨୩ ପରିବାର ଏବେ ଦୁଃଖରେ କାଳ କାଟୁଛନ୍ତି। ଗତ ୪ବର୍ଷ ଧରି ସେମାନେ ନିଜ ଜମିରେ ଫସଲ କରୁଛନ୍ତି। କିନ୍ତୁ ଅମଳ କରିବାରେ ସକ୍ଷମ ହେଉନାହାନ୍ତି। ସେମାନଙ୍କ ଜମିରୁ ବଳପୂର୍ବକ ଭାବେ ଫସଲ କାଟି ନିଆଯିବା ସହ ବେଆଇନ ଭାବେ ଜୋର ଜବରଦସ୍ତ ମାଟି ଖୋଳାଯାଇ ବିକ୍ରି କରାଯାଉଛି। ପ୍ରତିବାଦ କଲେ ଘଣ୍ଟ ବଜାଇ ସେମାନଙ୍କୁ ନିର୍ଦ୍ଧୁମ ମାଡ ମରାଯାଉଛି। ଏନେଇ ଅସ୍ତରଙ୍ଗ ପୁଲିସରେ ଏକାଧିକବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାଜନୈତିକ ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଜାତୀୟ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଗୁରୁତର ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ୧୦ହଜାର ପୁରୁଷ ଓ ମହିଳାଙ୍କୁ ନେଇ ପିପିଲିରୁ ଏକ ଶୋଭାଯାତ୍ରା ବାହାରି ନବୀନ ନିବାସ ପର୍ଯ୍ୟନ୍ତ ଯିବ ଓ ସେଠାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀସେଠୀ ଚେତାବନୀ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories