ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍‌‌ଯାପିତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଦ୍ୱାରା ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନବୀନ ଓଡ଼ିଶା ସଚେତନତା ଶିବିର ବୁଧବାର ଉଦ୍‌‌ଯାପିତ ହୋଇଯାଇଛି। ବୁଧବାର ପୌରପାଳିକାର ୧୦,୧୯,୧୩,୧୬,୮,୯,୬ ଓ ୧୧ନଂ ୱାର୍ଡ ଗୁଡିକରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ବସ୍ତି ବାସିନ୍ଦା ତଥା ବସ୍ତିବାସିନ୍ଦା ବାହାରେ ବସବାସ କରୁଥିବା ଲୋକ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରି ସେସବୁର ସଦୁପଯୋଗ ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,କାଉନସିଲର ,ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ପ୍ରେମଚାନ୍ଦ ନାୟକ, ବିଷ୍ନୁ ଚରଣ ପରିଡ଼ା, ଜାଗା ମିଶନ ଉପଦେଷ୍ଟା ଶାସ୍ୱତି ମିଶ୍ର, ଡୁଡାର ଟିମ ଲିଡର ଅକ୍ଷୟ ମିଶ, ୱାର୍ଡ କାଉନସିଲର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

Comments are closed.