ଜାତିଆଣ ଭେଦଭାବ ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲା କଂଟାମାଳ ବ୍ଳକର ଯୋଗିନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଗତ ସରସ୍ୱତୀ ପୁଜା ଦିନ ଏକ ଛାତ୍ରଙ୍କୁ ଜାତିଆଣ ଭେଦଭାବ କରାଯାଇଥିବା ଏକ ଘଟଣା ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିଯୋଗ ଅନୁଯାୟୀ ଯୋଗନ୍ଦ୍ରପୁର ଉଚ୍ଚ ବିଦ୍ୟାୟରେ ପ୍ରଧାନ ପ୍ରକାଶ ଚନ୍ଦ୍ର ପ୍ରଧାନ, ସହକାରୀ ଶିକ୍ଷକ ମନୋଜ କୁମାର ସାହୁ ଓ ଶିକ୍ଷୟତ୍ରୀ ଅନୁସୟା ଦେବୀ ଗତ ସରସ୍ୱତୀ ପୁଜା ଦିନ ଜାତିଗତ ଆପେକ୍ଷ ଓ ଅଛୁଁଆ ଭେଦଭାବ ରଖି ଏକ ଦଳିତ ଛାତ୍ରଙ୍କୁ ଆକ୍ଷେପ କରିଥିଲେ। ଏନେଇ ଶନିବାର ଦିନ ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ତୁରନ୍ତ କାଯ୍ୟାନୁଷ୍ଠାନ ଗ୍ରହଣ ଦାବୀରେ ଜିଲା ଶିକ୍ଷା ଅଧିକରୀ ଗେନ୍ଦ୍ରା କୁଜୁରଙ୍କୁ ଏକ ଦାବୀ ପତ୍ର କରିଛିନ୍ତି। ଦାବୀ ପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ରୋହିତ କହଁର ଓ ସମ୍ପାଦକ ସୁଧାଂଶୁ ଡାଙ୍ଗ ଓ ଅନ୍ୟ ମାନେ ସାମିଲ ଥିଲେ।
Comments are closed.