ବୌଦ୍ଧ ମହାନଦୀ ଆଳତୀ ଘାଟରେ ମହାନଦୀ ମହୋତ୍ସବ
ବୌଦ୍ଧ: ଗତ ବର୍ଷ ମାଘ ସପ୍ତମୀରେ ଶ୍ରୀଚନ୍ଦ୍ରଚୂଡ଼ ମନ୍ଦିର ନିକଟରେ ମହାନଦୀ ଆଳତୀ ଶୁଭାରମ୍ଭ ହୋଇଥିଲା। ଆଜି ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣ ମୁହୂର୍ତ୍ତରେ ମହାନଦୀ ଆଳତୀ ଘାଟରେ ମହାନଦୀ ସ୍ନାନ, ସ୍ୱତନ୍ତ୍ର ଯୋଗ ଶିବିର, ସୂର୍ଯ୍ୟ ଉଦୟ ଆଳତୀ ପରେ ବୃହତ ସୂର୍ଯ୍ୟ ପୂଜା ହୋଇଥିଲା। ଅପରାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ସଂକୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ଜ୍ୟୋତିଯାତ୍ରା ନଗର ପରିକ୍ରମା କରି ଆଳତୀ ଘାଟରେ ପହଂଚିଥିଲା। ଶତାଧିକ ପୂଜକ, ପୁରୁଷ ଓ ମହିଳା ଭକ୍ତମାନଙ୍କ ଦ୍ୱାରା ସହସ୍ର ମା ମହାନଦୀ ଦିବ୍ୟ ଆଳତୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଆବାହକ ଦେବାଶିଷ ପୁରୋହିତ ଅଧ୍ୟକ୍ଷତା କରିଥିଲେ।
Comments are closed.