ଭୂମିହୀନଙ୍କୁ ଜାଗା ଓ ଘର ପ୍ରସଙ୍ଗ, ଆପ୍ ଦେବ ଗଣଧାରଣା

କଣ୍ଟାବାଞ୍ଜି: ଆମ ଆଦମୀ ପାର୍ଟି ତରଫରୁ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଫେବୃଆରୀ ୨୦ ତାରିଖ ଭିତରେ ଦାବୀ ପୂରଣ ନ ହେଲେ ୨୧ରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦିଆଯିବ ବୋଲି ଦଳର ସଭାପତି ସୁରଥ ବେହେରାଙ୍କ ନେତୃତ୍ଵରେ ତହସିଲଦାର ରତନ ଲାଲ ମୁଣ୍ଡାଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି।

ପ୍ରକାଶ ଥାଉକି ଗତ ଡିସେମ୍ବର ୨୬ରେ କଣ୍ଟାବାଞ୍ଜିର ୧୬ ଗୋଟି ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସେଗୁଡ଼ିକ ହେଲା ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟ ପ୍ରମାଣପତ୍ର, ପାନୀୟ ଜଳ ବ୍ୟବସ୍ଥା, ସମସ୍ତ ବିଧବା, ବୁଢ଼ାବୁଢ଼ୀ, ଅସହାୟ ହିତାଧିକାରୀଙ୍କୁ ମାସକୁ ୩୦୦୦ ହଜାର ଟଙ୍କା ଭତ୍ତା, ସମସ୍ତ ସରକାରୀ ସ୍କୁଲରେ ଶୌଚାଳୟ, ଖେଳ ପଡିଆ ଆଦି ବ୍ୟବସ୍ଥା।ଏହି ଦାବିକୁ ୧୫ ଦିନ ଭିତରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments are closed.