ଜି.ଉଦୟଗିରି: ସ୍ଥାନୀୟ ବନବିଭାଗ ଡାକବଙ୍ଗଳା ଠାରେ ସ୍ବେଚ୍ଛାସେବୀ ସଙ୍ଗଠନ ‘ପାହାଡ’ର ସଂଯୋଜକ ପଞ୍ଚାନନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆମ ଜଙ୍ଗଲ ଯୋଜନାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଫୁଲବାଣୀ ବନଖଣ୍ଡ ଉପବନ ସଂରକ୍ଷକ ସ୍ବେତାଲିନା ସାହୁ, ଜି.ଉଦୟଗିରି ବନାଞ୍ଚଳ ଅଧିକାରୀଣୀ ତଥା ଉପବନ ସଂରକ୍ଷକ କାଜଲ ନାୟକ ଯୋଗ ଦେଇ ଆଗାମୀ ଗ୍ରୀଷ୍ମରୁତୁରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ଶପଥ ପାଠ କରିବା ସହ ଗ୍ରାମବାସୀଙ୍କ ଜୀବନ ଜୀବିକା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ପ୍ରଶାନ୍ତ କୁମାର ସାହୁ, ରଶ୍ମୀତା ବକ୍ସୀ, ମନୋଜ କୁମାର ଝାଙ୍କ ସମେତ ସ୍ବେଚ୍ଛାସେବୀ ସଙ୍ଗଠନ ପାହାଡର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
Popular Categories



