ଫୁଲବାଣୀ: ଜିଲ୍ଲା ବୈଧ ମାପ-ଓଜନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘କଲ୍ୟାଣୀ’ର ମିଳିତ ଆନୁକୁଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁତିପଡ଼ା ଠାରେ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଦୁରିପଡ଼ା ସରପଞ୍ଝ ଜାନକୀ ଜାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଖାଉଟି ସୁରକ୍ଷା ଆଇନ କିପରି ଅସାଧୁ ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ଓ ନିକୃଷ୍ଟ ମାନର ଦ୍ରବ୍ୟ କିମ୍ବା ସେବା ଯୋଗାଣଦ୍ୱାରା କ୍ଷତିଗ୍ରସ୍ତ ଖାଉଟିଙ୍କୁ ସୁରକ୍ଷା ଦେଉଛି ସେ ବିଷୟରେ ବୁଝାଇଥିଲେ।
Popular Categories



