ଫୁଲବାଣୀ: ଫାଇଲେରିଆ ଏକ ମାରାତ୍ମକ ରୋଗ ହୋଇ ସମାଜରେ ମୁଣ୍ଡଟେକି ଥିବା ବେଳେ ସରକାର ଏହାର ନିରାକରଣ ପାଇଁ ତିନି ବର୍ଷ ହେଲା ନିରନ୍ତର ଚେଷ୍ଟା ଚଳାଇ ଆସୁଛନ୍ତି। ଏହା ମଶାବାହିତ ରୋଗ ଏବଂ ଏହା ମାଲେରିଆ ଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଏ। ଏହି ପରପ୍ରେକ୍ଷୀ ରେ ଜିଲ୍ଲାର ସମସ୍ତ ବ୍ଲକରେ ବହୁ ସଂଖ୍ୟାରେ ସ୍ୱେଛାସେବି ଅନୁଷ୍ଠାନ ମାନଙ୍କ ଦ୍ୱାରା ମଧ୍ୟ ଏହାକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବା ପରିପ୍ରେକ୍ଷିରେ ଆଜି ଫୁଲବାଣୀ, ଟିକାବାଲୀ ଓ ଫିରିଙ୍ଗିଆ ବ୍ଲକ ଅଂଚଳ ସହିତ ଫୁଲବାଣୀ ପୌର ପରିଷଦର ୨୧ ଜଣ ସ୍ୱେଛାସେବୀଙ୍କୁ ସାମିଲ୍ କରି ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ସଚେତନତା ପାଇଁ ପଦକ୍ଷେପ ନିଆଯାଇଛି। ସମଗ୍ର ଜିଲାରୁ ଫାଇଲେରିଆକୁ ହଟାଇବା ମୂକ୍ଷ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
Popular Categories



