କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅଂଚଳରେ ଗତ ଦୁଇ ମାସ ଧରି ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୂଜାରିଗୁଡା ପଞ୍ଚାୟତରେ ଉଠା ଜଳସେଚନ ପମ୍ପରୁ ଚୋରମାନେ ମୋଟର ତାର ଓ ଲୁହା ପାଇପ ଗ୍ୟାସ କଟର ମଧ୍ୟରେ କାଟି ଚୋରିକରି ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସେହିପରି ସିକରପାଇ ବ୍ୟବସାୟୀଙ୍କ ଘରୁ ୪୦ ଭରି ସୁନା, ୨୦ ଭରି ରୂପା ସମେତ ପ୍ରାୟ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଟେର ପାଇବାରେ ବିଫଳ ହୋଇଛି।
Popular Categories



