www.samajalive.in
Sunday, December 7, 2025
14.1 C
Bhubaneswar

ଖୁବ ଶୀଘ୍ର ଉଦ୍‌ଘାଟନ ହେବ ପୁରୀ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ

କଟକ: ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ନେଇ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ସହ ଖେଳାଳିମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି। ଏହି କ୍ରମରେ ଓଡ଼ିଶାର ପ୍ରତି ଜିଲାରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଉଛି। ହକି, ଫୁଟବଲ, ଖୋଖୋ, ଭାରୋତ୍ତୋଳନ, ଆଥ୍‌ଲେଟିକ୍‌ସ ଭଳି ଲୋକପ୍ରିୟ କ୍ରୀଡ଼‌ା କ୍ରିକେଟ୍‌କୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। କ୍ରିକେଟ ଖେଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପୁରୀରେ ନିର୍ମିତ ହୋଇଛି ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ। ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡ଼ିୟମ ଭାବେ ନିର୍ମାଣ କରାଯାଇଛି। ପୁରୀ ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁଙ୍କ ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମର ଭିତ୍ତିପ୍ରସ୍ତର ୨୦୧୮ରେ ହୋଇଥିଲା। ଉକ୍ତ ଷ୍ଟାଡ଼ିୟମ ୨୦୨୩ ସେପ୍ଟେମ୍ବରରେ ଶେଷ ହୋଇଛି। ଷ୍ଟାଡ଼ିୟମର ପିଚ୍‌, ଆଉଟ୍‌ଫିଲ୍ଡ ଆଇସିସି ଷ୍ଟାଣ୍ଡାର୍ଡର ରହିଛି। ଏହାଛଡ଼ା ୯୦ ମିଟର ବାଉଣ୍ଡାରୀ ମଧ୍ୟ ରହିଛି। ଖେଳାଳିମାନଙ୍କ ଲାଗି ଡ୍ରେସିଂ ରୁମ, ଦର୍ଶକମାନଙ୍କ ଲାଗି ଗ୍ୟାଲେରୀ ସୁବିଧା ମଧ୍ୟ ରହିଛି। ଅଭ୍ୟାସ ପାଇଁ ମଧ୍ୟ ସ୍ବତନ୍ତ୍ର ଗ୍ରାଉଣ୍ଡ ରହିଛି। ଏବେ ଏଠାରେ ନୂଆ ଓ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଏବେ ଆୟୋଜିତ ହେଉଛି ବୋଲି ଡିଏସ୍‌ଓ ଶ୍ରୀ ସାହୁ କହିଛନ୍ତି।

ଉକ୍ତ ଷ୍ଟାଡ଼ିୟମରେ ଫ୍ଳଡ ଲାଇଟ୍‌ ବ୍ୟବସ୍ଥା ସହ ଆଗାମୀ ଦିନରେ ଗ୍ୟାଲେରୀ ବୃଦ୍ଧି କରାଯିବ। ଏହାଛଡ଼ା ଏଠାରେ କ୍ରିକେଟ ଏକାଡ଼େମୀ ନିର୍ମାଣ ନେଇ ମଧ୍ୟ ଲକ୍ଷ୍ୟ ରହିଛି। ଏଠାରେ ବିସିସିଆଇ ଘରୋଇ କ୍ରିକେଟ ରଣଜୀ ଟ୍ରଫି ସହ ବିଭିନ୍ନ ବୟସ ବର୍ଗର ମ୍ୟାଚ ମଧ୍ୟ ଆଗାମୀ ଦିନରେ ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି । ଚଳିତ ଫେବୃଆରୀ ଶେଷ ଆଡକୁ ଉକ୍ତ ଷ୍ଟାଡ଼ିୟମ ଉଦ୍‌ଘାଟନ ହେବାର ଯୋଜନା ରହିଛି ବୋଲି ଡିଏସ୍‌ଓ ଶ୍ରୀ ସାହୁ କହିଛନ୍ତି। ଶ୍ରୀ ଜଗନ୍ନାଥ ଷ୍ଟାଡ଼ିୟମ କମ୍ପାଉଣ୍ଡ ପରିସରରେ ପୁରୀ ଜିଲାର ନୂତନ କ୍ରୀଡ଼ା ଛାତ୍ରାବାସ, ଜିମ୍ନାଷ୍ଟିକ୍‌ସ ଉତ୍କର୍ଷ କେନ୍ଦ୍ର, ସନ୍ତରଣାଗାର ମଧ୍ୟ ନିର୍ମିତ ହୋଇଛି । ଏଠାରେ ମୋଟ ଉପରେ ୬୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି ବୋଲି ଡିଏସ୍‌ଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପୁରୀ ଜିଲାରୁ କିଶୋର ଜେନା, ରାକେଶ ପାତ୍ରଙ୍କ ଭଳି ଖେଳାଳି ସୃଷ୍ଟି ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଜିଲାରେ ଏ​‌େ​‌ବ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ସୃ​‌ଷ୍ଟି ହୋଇଛି। ଯାହା ଖେଳାଳିମାନଙ୍କୁ ଖେଳ ପ୍ରତି ଉତ୍ସାହିତ କରିବା ସହିତ ପ୍ରତିଭାବାନ ଖେଳାଳି ସୃଷ୍ଟିରେ ସହାୟକ ହେବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories