ଢେଙ୍କିକୋଟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ମେଳା

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି କର୍କଟ ରୋଗ ନିରାକରଣ ସମ୍ପର୍କରେ ଏକ ସ୍ୱାସ୍ଥ୍ୟ ସଚେତନତା ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ ନଳିନୀ ପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଢେଙ୍କିକୋଟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳ, ଆୟୁଷ ଡାକ୍ତର ପୂର୍ଣ୍ଣମୀ ମହାନ୍ତ, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ଅରୁପା ନନ୍ଦ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ସରସ୍ୱତୀ ମହାନ୍ତ ପ୍ରମୁଖ କର୍କଟ ରୋଗର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିରେ ଫାର୍ମାସିଷ୍ଟ ଶିବନାରାୟଣ ସେଠୀ, ଦେବାଶିଷ ପଟ୍ଟନାୟକ, ବିନୋଦ ମହାନ୍ତ, ସାମାଜିକ କର୍ମୀ କୃଷ୍ଣଚନ୍ଦ୍ର ବାରିକ, ରାଧାକାନ୍ତ ବେହେରା, ରାଜେନ୍ଦ୍ର ନାଏକ, ପଙ୍କଜ ବେହେରା ଓ ଗଣମାଧ୍ୟମ ପ୍ରତିନିଧି କବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ମାସ ୧୪ ତାରିଖରେ ଏହି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Comments are closed.